ସୋମବାର ରାଜ୍ୟର ଚାରି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା, ରେଡ୍ ଆଲର୍ଟ ଜାରି


ଭାରତୀୟ ପାଣିପାଗ ବିଭାଗ (IMD) ରବିବାର ସନ୍ଧ୍ୟାରେ ଜାରି ସୂଚନାରେ କହିଛି ଯେ, ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ ଓ ବାଂଲାଦେଶ ତଟରେ ଏକ ନିମ୍ନ ଚାପ ବ୍ୟବସ୍ଥା ଏବଂ ଏହା ସହିତ ଜଡ଼ିତ ଘୁର୍ଣ୍ଣିବଳୟ ଉତ୍ତର-ପଶ୍ଚିମାଞ୍ଚଳକୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ଅଞ୍ଚଳ ଉପରେ ଗତି କରୁଛି।

ଫଳରେ, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ବାଲେଶ୍ୱର ଜିଲାର ପ୍ରବଳରୁ ଅତି ପ୍ରବଳ ବର୍ଷା, ଘଡଘଡି ସାଙ୍ଗକୁ ୩୦-୪୦ କିମି ପ୍ରତି ଘଣ୍ଟା ବେଗରେ ପବନ ହୋଇପାରେ। ଏଥିପାଇଁ IMD ରେଡ଼ ଆଲର୍ଟ ଜାରି କରିଛି।

IMD ଅନୁଯାୟୁ, ଏହି ରେଡ଼ ଆଲର୍ଟ କେବଳ ୩୦ ଜୁନ ପାଇଁ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ବାଲେଶ୍ୱର ଜିଲା ପାଇଁ ବୈଧ ରହିବ। ଅନ୍ୟପକ୍ଷରେ, ଆଗାମୀ ୭ ଦିନ (୩୦ ଜୁନରୁ ୬ ଜୁଲାଇ) ପାଇଁ ଅନ୍ୟାନ୍ୟ ଜିଲାଗୁଡ଼ିକରେ ଅରେଞ୍ଜ ଓ ଇଏଲୋ ଆଲର୍ଟ ଜାରି କରାଯାଇଛି। ଦକ୍ଷିଣ-ପଶ୍ଚିମ ମୋୖଓସୁମୀ ବାୟୁ ଓଡ଼ିଶାରେ ସକ୍ରିୟ ରହିଥିବାରୁ ମଙ୍ଗଳବାର, ୧ ଜୁଲାଇ ପର୍ଯ୍ୟନ୍ତ ମାଛଧରାଳୀଙ୍କୁ ସମୁଦ୍ର ଯିବାରୁ ବିରତ ରହିବାକୁ ଚେତାବନୀ ଦିଆଯାଇଛି।