Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଏମସି ଅତିରିକ୍ତ କମିଶନରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ପ୍ରତିବାଦରେ ଅନିର୍ଦ୍ଦିଷ୍ଟକାଳ ସମୂହ ଛୁଟିରେ ଓଏଏସ ଅଧିକାରୀ

ଭୁବନେଶ୍ଵର ମହାନଗର ନିଗମ (ବିଏମସି) କାର୍ଯ୍ୟାଳୟରେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ପ୍ରତିବାଦ କରିଛି ରାଜ୍ୟ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ(ଓଏଏସ) ସଂଘ। ଘଟଣାକୁ ସଂଘ ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହିତ ସମସ୍ତ ଓଏଏସ ଅଧିକାରୀ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି।

ଘଟଣାରେ ସମ୍ପୃକ୍ତ ସମସ୍ତ ଅଧିକାରୀ ଗିରଫ ନ ହେବା ଯାଏ ସଂଘ ପ୍ରତିବାଦ ଜାରି ରଖିବ ବୋଲି ନିଷ୍ପତ୍ତି ନେଇଛି।

ସୋମବାର ଘଟିଥିବା ଘଟଣାକୁ ନେଇ ସଂଘ ପକ୍ଷରୁ ଅପରାହ୍ନରେ ଜରୁରୀ ବୈଠକ ଡକାଯାଇଥିଲା। ଓଏଏସ ଅଧିକାରୀମାନେ ସମୂହ ଛୁଟିରେ ରହିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ସୋମବାର ବିଏମସି କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଚାଲିଥିବାବେଳେ ବିଜେପି କର୍ପୋରେଟର ଜୀବନ ରାଉତ, ତାଙ୍କ ସମର୍ଥକମାନଙ୍କ ସହିତ ପହଞ୍ଚି ଅତିରିକ୍ତ କମିଶନରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଜୀବନଙ୍କ ଉପସ୍ଥିତିରେ ତାଙ୍କ ସମର୍ଥକମାନେ ସାହୁଙ୍କୁ ତଳେ ଘୋଡ଼ାଡ଼ି ଘୋଷାଡ଼ି ନେଇ ଗୋଇଠା ବିଧା ମାରିଥିଲେ। ଏହି ଘଟଣା ପ୍ରତିବାଦରେ ବିଜେଡି କର୍ପୋରେଟର ଏବଂ ନେତାମାନେ କାର୍ଯ୍ୟାଳୟ ସମ୍ମୁଖରେ ଜନପଥ ରାସ୍ତାରୋକୋ କରିବାରୁ ପୁଲିସ ତତ୍ପରତା ଦେଖାଇ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନେ​‌ ହେଲେ ବିଜେପି କର୍ପୋରେଟର ଜୀବନ, ତା’ ସମର୍ଥକ ରଶ୍ମୀ ମହାପାତ୍ର ଓ ଦେବାଶି​‌ଷ ପ୍ରଧାନକୁ ପୁଲିସ ଗିରଫ କରିଥିଲା। ତେବେ ଆଉ କିଛି ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ