Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତେଲଙ୍ଗାନାରେ ସିଗାଚି କାରଖାନା ବିସ୍ଫୋରଣ ମାମଲା; ୩୪ ମୃତ

ତେଲଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲାର ପାଶମୈଲାରାମ ଇଣ୍ଡଷ୍ଟ୍ରିଆଲ ଏରିଆରେ ଥିବା ସିଗାଚି ଇଣ୍ଡଷ୍ଟ୍ରିଜ ଲିମିଟେଡରେ ଗତ ଜୁନ ୩୦ ତାରିଖରେ ସକାଳ ୯ଟା ୩୦ମିନିଟ ସମୟରେ ଏକ ବିସ୍ଫୋରଣ ଘଟିଥିଲା। ତେବେ ଏହି ଦୁର୍ଘଟଣାରେ ମୋଟ୍ ୩୪ ଜଣଙ୍କର ମୃତ୍ୟୁ ହୋଇଛି। ଯେଉଁମାନଙ୍କ ମଧ୍ୟରୁ ୩୧ ଜଣଙ୍କ ମୃତଦେହ ଶିଥିଳାଞ୍ଚଳରୁ ଉଦ୍ଧାର ହୋଇଥିବା ବେଳେ ୩ ଜଣ ଲୋକ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି।

35ରୁ ଅଧିକ ଶ୍ରମିକ ଆହତ ହୋଇ ପାଟାଞ୍ଚେରୁର ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତେବେ କେତେକ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବ ବୋଲି ଅନୁମାନ କରାଯାଉଛି।

ପ୍ରାଥମିକ ତଦନ୍ତ ଅନୁଯାୟୀ, ସ୍ପ୍ରେ ଡ୍ରାୟରରେ ଚାପ ବୃଦ୍ଧି ଯୋଗୁଁ ଏହି ବିସ୍ଫୋରଣ ଘଟିଥିଲା। ଯାହା କମ୍ପାନିରେ ମାଇକ୍ରୋକ୍ରିଷ୍ଟାଲାଇନ ସେଲୁଲୋଜ (MCC) ଉତ୍ପାଦନ ସମୟରେ ହୋଇଥିଲା। ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ କାରଖାନାର ଚାରିମହଲା ଭବନ ଧ୍ୱଂସ ହୋଇଯାଇଥିଲା. ଖାଲି ଏତିକି ନୁହେଁ ଶ୍ରମିକମାନେ ୧୦୦ ମିଟର ଦୂରକୁ ଉଡ଼ିଯାଇଥିଲେ ଏବଂ ପାଞ୍ଚ କିଲୋମିଟର ଦୂରରୁ ଏହାର ଶବ୍ଦ ଶୁଣାଯାଇଥିଲା।

ଏହି ଭୟଙ୍କର ଦୁର୍ଘଟଣାରେ NDRF, SDRF, ଅଗ୍ନିଶମ ବିଭାଗ ଓ ପୁଲିସର ୨୦୦ରୁ ଅଧିକ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ଶିଥିଳାଞ୍ଚଳରେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଅପସାରଣ ଜାରି ରହିଛି। କାରଣ ଅନେକ ଶ୍ରମିକ ନିଖୋଜ ଥିବା ଆଶଙ୍କା ପ୍ରକାଶ କରାଯାଉଛି। ବିସ୍ପୋରଣରେ ମୃତଦେହଗୁଡ଼ିକ ବିକୃତ ହୋଇଯାଇଥିବାରୁ ପରିଚୟ ପାଇଁ DNA ପରୀକ୍ଷା ଆରମ୍ଭ ହୋଇଛି।

ମୁଖ୍ୟମନ୍ତ୍ରୀ ଏ. ରେବନ୍ଥ ରେଡ୍ଡୀ ଘଟଣାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ମୃତକଙ୍କ ପରିବାରକୁ ୧ କୋଟି, ଗୁରୁତର ଆହତଙ୍କୁ ୧୦ ଲକ୍ଷ ଏବଂ ଆଂଶିକ ଆହତଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କୁ ୫୦,୦୦୦ ଟଙ୍କା ରିଲିଫ ଫଣ୍ଡରୁ ପ୍ରଦାନ କରିବେ ବୋଲି ଗୋ,ମା କରିଚନ୍ତି।

ନିରାପତ୍ତା ନିୟମ ଉଲ୍ଲଂଘନ ଅଭିଯୋଗରେ କାରଖାନା ପରିଚାଳନା ବିରୋଧରେ ମାମଲା ରୁଜୁ ହୋଇଛି। ସିଗାଚିର ଶେୟାର ୨୦% ହ୍ରାସ ପାଇଛି ଏବଂ ଉତ୍ପାଦନ ୯୦ ଦିନ ପାଇଁ ବନ୍ଦ ରହିବ ବୋଲି ଘୋଷଣା କରାଯାଇଚି। ଏହି ଘଟଣା ଭାରତରେ ଶିଳ୍ପ ନିରାପତ୍ତା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ