Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ରେ ଲଗାଣ ବର୍ଷାରେ ଭାଙ୍ଗିଲା ଦୁଇଟି ଘର…ସୂର୍ଯ୍ୟ କିରଣ ବିନା ବିହନ ଗଜା ହେବା ଅସମ୍ଭବ କହିଲେ ଚାଷୀ…

କ୍ଷ୍ମୀପୁର ୦୨/୦୭
ଲକ୍ଷ୍ମୀପୁର ବ୍ଲକରେ ଲଘୁଚାପ ବର୍ଷାର ବେଶ ପ୍ରଭାବ ପଡିଛି।ଗତ ଶନିବାର ଠାରୁ ଆଜି ଯାଏଁ ଲଗାଣ ବର୍ଷା ସାଧାରଣ ଜୀବନ ଯାପନ ଏକ ପ୍ରକାର ବ୍ୟାହତ ହୋଇଛି।ଲୋକେ ଘରୁ ବାହାରକୁ ବାହାରିବା ସକାଶେ ପସନ୍ଦ ହିଁ କରୁନାହାନ୍ତି।ବର୍ଷା ଯୋଗୁଁ ଅନେକ ଗରିବ ଗୁରୁବା ଲୋକେ ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ଦୁଇଜଣକର ଘର ଭାଙ୍ଗି ପଡିଥିବା ଜଣା ପଡିଛି। ଓଡ଼ିଆ ପେଣ୍ଠ ପଞ୍ଚାୟତ ଅନ୍ତର୍ଗତ ରାଜନ ପଣସ ଗୁଡା ଗାଁ ର ପ୍ରକାଶ ହିକକାଙ୍କ ଘର ର ଗୋଟିଏ ପାଖ କାନ୍ଥ ବର୍ଷା ପାଣିରେ ଭିଜି ମଙ୍ଗଳବାର ବିଳମ୍ବିତ ରାତିରେ ଭୁଶୁଡି ପଡିଛି। ରାତି ସାରା ଅନ୍ୟ କୌଣସି ଉପାୟ ନପାଇ ପ୍ରକାଶ ସକାଳ ହେବା ପର୍ଯ୍ୟନ୍ତ ସେହି ଭଙ୍ଗା ଘରେ ରହିଥିବା କହିଛନ୍ତି।ସ୍ଥାନୀୟ ସରପଞ୍ଚ ବଂଶୀ ଧର ମାଣ୍ଡିଙ୍ଗା ଖବର ପାଇ ରାଜସ୍ୱ ନିରୀକ୍ଷକ ଙ୍କୁ ଜଣାଇଥିଲେ।ସେହିପରି ପଞ୍ଚଡ଼ା ପଞ୍ଚାୟତ ସଦର ନାୟକ ସାହିର ବାଜି ଜାନିଙ୍କ ଘର ଭାଙ୍ଗି ପଡିଛି। ଦୁଇ ଜଣ କ୍ଷତି ଗ୍ରସ୍ତ ଙ୍କୁ ରାଜସ୍ୱ ନିରୀକ୍ଷକ ମାନେ ଯାଇ ପଲିଥିନ ପ୍ରଦାନ କରିଥିବା ଅତିରିକ୍ତ ତହସିଲଦାର ମାଧବ ଭତ୍ରା ପ୍ରକାଶ କରିଛନ୍ତି।ବର୍ଷା ଯୋଗୁଁ ସେହିପରି ଚାଷ କୁ ପାଣି ଠିକ ହୋଇଥିଲେ ମଧ୍ୟ ବିନା ସୂର୍ଯ୍ୟ କିରଣ ରେ ବିହନମଞ୍ଜି ଗଜା ମଧ୍ୟ ହେବା ସମ୍ଭବ ନୁହେଁ ଓ ଚାଷୀ ଅନେକ କ୍ଷତି ସହିବେ ବୋଲି ଅନେକ ଚାଷୀ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ