Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ବାମୀଙ୍କ ଦୁଇ ଭାଇଙ୍କ ସହ ସଂପର୍କ ରଖି ଶାଶୂଙ୍କୁ ହତ୍ୟା କଲେ ବିଧବା ବୋହୂ

ଉତ୍ତର ପ୍ରଦେଶର ଝାନ୍ସିର ଏକ ପରିବାରରେ ପରକୀୟା ପ୍ରୀତି, ଚୋରି ଓ ହତ୍ୟାର ଏକ କରୁଣ କାହାଣୀ ଦେଖିବାକୁ ମିଳିଛି। ଜଣେ ବିଧବା ମହିଳା ତାଙ୍କ ମୃତ ସ୍ବାମୀଙ୍କ ଦୁଇ ଭାଇଙ୍କ ସହ ପ୍ରେମ ସଂପର୍କ ରଖିବା ସହ ବାଟରେ ବାଧା ସାଜୁଥିବା ଶାଶୂଙ୍କୁ ହଟାଇବା ପାଇଁ ହତ୍ୟା କରିବାକୁ ବି ପଛାଇ ନାହାନ୍ତି।

ପୁଲିସ୍ ଏବେ ୫୪ ବର୍ଷୀୟା ସୁଶୀଳା ଦେବୀଙ୍କ ହତ୍ୟା ପଛରେ ଥିବା କଥିତ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିଛି।
ପୁଲିସ୍ ତଦନ୍ତ କରି ସୁଶୀଳା ଦେବୀଙ୍କ ହତ୍ୟା ପଛରେ ତାଙ୍କ ସାନ ବୋହୂ ପୂଜା ଏବଂ ପୂଜାଙ୍କ ଭଉଣୀ କମଳାଙ୍କ ହାତ ଥିବା ଜାଣିବା ପରେ ସେମାନଙ୍କୁ ଗିରଫ କରିଛି। ଉଭୟେ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି। ମଙ୍ଗଳବାର ରାତିରେ ପୁଲିସ କମଳାଙ୍କ ପ୍ରେମିକ ଅନୀଲ ବର୍ମାଙ୍କୁ ଗୁଳି କରି ଗିରଫ କରିଛି, ଯିଏକି ହତ୍ୟା ପରଠାରୁ ନିଖୋଜ ଥିଲେ।

ପୁଲିସ ଅନୁଯାୟୀ, ତିନିଜଣ ମିଳିତ ଭାବେ ସୁଶୀଳାଙ୍କ ହତ୍ୟା ଷଡ଼ଯନ୍ତ୍ର କରିଥିଲେ ଏବଂ ପୀଡିତାଙ୍କ ଘରୁ ପ୍ରାୟ ୮ ଲକ୍ଷ ଟଙ୍କାର ଅଳଙ୍କାର ଲୁଟି ନେଇଥିଲେ। ଚୋରି ଅଳଙ୍କାରକୁ ଜଣେ ସମ୍ପର୍କୀୟଙ୍କୁ ବିକ୍ରୟ କରିବାକୁ ଚେଷ୍ଟା କରୁଥିବା ସମୟରେ ଅନୀଲ ବର୍ମାଙ୍କୁ ଅଟକା ଯାଇଥିଲା। ବର୍ମା ପୁଲିସ ଉପରେ ଗୁଳି ଚଳାଇଥିଲେ ବୋଲି ଅଭିଯୋଗ ହୋଇଛି। ଯାହାର ପ୍ରତିଶୋଧମୂଳକ ଗୁଳି ଚାଳନା କରି ପୁଲିସ୍ ତାଙ୍କୁ ଧରିଛି। ସେ ଆହତ ଅବସ୍ଥାରେ ଝାନ୍ସି ମେଡିକାଲ କଲେଜରେ ଭର୍ତ୍ତି ହୋଇଥିଲେ।

ଜାଣିବାକୁ ମିଳିଛି ପୂଜାଙ୍କ ସ୍ବାମୀ ମରିବା ପରେ ସେ ତାଙ୍କ ସ୍ବାମୀଙ୍କ ଦୁଇ ଭାଇଙ୍କ ସହ ପ୍ରେମ ସଂପର୍କ ରଖିଥିଲେ। ସେମାନଙ୍କୁ ହାତରେ ରଖି ଘରର ସଂପତି ବିକ୍ରି କରିବାକୁ ଚାହୁଁଥିଲେ। ହେଲେ ଶାଶୂ ତାହାକୁ ବିରୋଧ କରିଥିଲେ। ଶାଶୂଙ୍କୁ ବାଟରୁ ହଟାଇବା ପାଇଁ ପୂଜା ତାଙ୍କ ହତ୍ୟା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ