Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରପାଲିରେ ବିଦ୍ଯୁତ ଉପଭୋକ୍ତା କମିଟି ଗଠନ

ବରପାଲି:ବରପାଲି ସହରରେ ଟାଟା ପାୱାରର ଦୌରାତ୍ମ୍ଯ ମୂଳକ ବ୍ଯବହାର ଓ ବାରମ୍ବାର ଦାଦାଗିରି ମାଧ୍ଯମରେ ଜୁଲୁମ ଜାହିରରେ ଅତିଷ୍ଠ ହୋଇ ବିଦ୍ୟୁତ ଉପଭୋକ୍ତା ମାନଙ୍କ ପକ୍ଷରୁ ଉପଭୋକ୍ତା କମିଟି ଗଠନ ହୋଇଯାଇଛିା
ବରପାଲି ସହରର ବିଭିନ୍ନ ୱାଡର ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଅଯଥା ରେ ହଇରାଣ ହରକତ କରାଯାଉଥିବା ଦର୍ଶାଇ ଉପଭୋକ୍ତା ମାନେ ରବିବାର ସଂଧ୍ଯା ସମୟରେ ଏକ ଆଲୋଚନା ବୈଠକ ଆୟୋଜିତ କରିଥିଲେ। ଗତ ୧୨ ତାରିଖ ସାପ୍ତାହିକ ବଜାର ରାସ୍ତାରେ ରହୁଥିବା ବିଦ୍ୟୁତ ଉପଭୋକ୍ତା ଓ ବିଦ୍ୟୁତ ବିଭାଗିୟ କର୍ମଚାରି ମାନଙ୍କ ମଧ୍ୟରେ ବାକବିତଣ୍ଡା ସହ ଗଣ୍ଡଗୋଳ ହୋଇ ଶେଷରେ ମାମଲା ପୋଲିସ ଥାନାରେ ପହଚିଂଥିଲା। ଉପଭୋକ୍ତା ମାନେ ବିଭାଗିୟଙ୍କ ଅନ୍ୟାୟ ବିରୋଧରେ ବୈଠକରେ ଆଲୋଚନା କରିବା ସହିତ ଏକ ବିଦ୍ୟୁତ ଉପଭୋକ୍ତା କମିଟି ଗଠନ ପାଇଁ ସିଦ୍ଧାନ୍ତ ନେଇଥିଲେ। ଏହି ଅବସରରେ ମନୋନିତ କମିଟିରେ ଏନଏସିର ପ୍ରତ୍ୟେକ ୱାର୍ଡ ରୁ ପାଞ୍ଚ ଜଣ ଲେଖାଏଁ ସଭ୍ୟଙ୍କୁ ରଖିବାକୁ ବିଚାର କରାଯାଇଥିଲା। ଆଜିର ବୈଠକ ସ୍ଥାନିୟ ନୃସିଂହ ଯୁବକ ସଂଘ ପକ୍ଷରୁ ଆୟୋଜିତ ବୈଠକରେ ସନ୍ତୋଷ କୁମାର ଗୁପ୍ତା ଅଧ୍ୟକ୍ଷତା କରିଥିଲେ । ଏହି ବୈଠକ ରେ ବରପାଲି ର ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ସମୁହ ଉପସ୍ଥିତ ରହିବା ସହ ନିଜ ଅସନ୍ତୋଷ ଜନକ ବିଭିନ୍ନ ତଥ୍ଯ ଉପସ୍ଥାପନ କରିଥିଲେ ।