Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାରଗିଲ୍‌ବସ୍ତି ମାରପିଟ ଘଟଣା ହସ୍ପିଟାଲ୍‌ରେ ଆଖି ବୁଜିଲେ ଆହତ

ଚଳିତ ବର୍ଷ ମେ ମାସ ୧୩ ତାରିଖରେ ଏୟାର୍ପୋର୍ଟ ଥାନା ଅନ୍ତର୍ଗତ କାର୍ଗିଲ୍ବସ୍ତିରେ ଜଣଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ସେବେଠୁ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିବା ଆହତ ବ୍ୟକ୍ତି ଆଜି ଆଖି ବୁଜିଛନ୍ତି। ତେଣୁ ପୁଲିସ ହତ୍ୟା ମାମଲା ରୁଜୁ କରିଛି। ପୂର୍ବରୁ ହତ୍ୟା ଉଦ୍ୟମ ମାମଲାରେ ଗିରଫ ହୋଇ ଜେଲ୍ରେ ଥିବା ଅଭିଯୁକ୍ତ ବିରୋଧରେ ହତ୍ୟା ମାମଲା ଲାଗୁ ହେବାରୁ ବିଚାରାଧୀନ ଥିବା ଜାମିନ ଆବେଦନ ଖାରଜ ହେବା ନିଶ୍ଚିତ ବୋଲି ପୁଲିସ ସୂଚନା ଦେଇଛି।

ସୂଚନାଯୋଗ୍ୟ ଯେ ଘଟଣା ଦିନ କାର୍ଗିଲ୍ବସ୍ତିର କୋଠଘରେ ଅଭିଯୁକ୍ତ ଟୁନା ଦାସ ଉତ୍ପାତ କରୁଥିଲା। ଏକ ବୈଠକ ବସିଥିବାବେଳେ ଟୁନା କୌଣସି କାରଣରୁ ରାଗିଯାଇ ଚେୟାର୍ ଭଙ୍ଗାରୁଜା କରିଥିଲା। ସେଠାରେ ଉପସ୍ଥିତ ଥିବା ଅନ୍ୟମାନେ ଭୟରେ ମୁହଁ ଖୋଲି ନଥିଲେ। ଦୁର୍ଦ୍ଦାନ୍ତ ଟୁନାକୁ ବିରୋଧ କରିବାକୁ କାହାର ଜୁ ନଥିଲା।

ମାତ୍ର ବସନ୍ତ ତାଡ଼ ଆଗକୁ ଆସି ଟୁନାକୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। ମାତ୍ର ରାଗରେ ହିତାହିତ ଜ୍ଞାନ ହରାଇଥିବା ଟୁନା ଚେୟାର୍ରେ ବସନ୍ତଙ୍କୁ ନିର୍ଘାତ ପିଟିପିଟି ଲହୁଲୁହାଣ କରିଦେଇଥିଲା। ବସନ୍ତଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଥିଲା ଏବଂ ସେ ଘଟଣାସ୍ଥଳରେ ହିଁ ସଂଜ୍ଞାହୀନ ହୋଇପଡ଼ିଥିଲେ। ତୁରନ୍ତ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ତାଙ୍କୁ ଏମ୍ସ ନିଆଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ