Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋଟିଆ ପଞ୍ଚାୟତ ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ଙ୍କ ଅକାଳ ବିୟୋଗ

ପଟ୍ଟାଙ୍ଗି୦୫/୦୭କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ତଥା ପଡୋଶୀ ଆନ୍ଧ୍ର ରାଜ୍ୟ ସୀମାନ୍ତ କୋଟିଆ ପଞ୍ଚାୟତ ର ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ଗଦାଧର ସ୍ୱାଇଁ ଙ୍କ ଗୁରୁବାର ବିଳମ୍ବିତ ରାତିରେ ଅକାଳ ବିୟୋଗ ରେ ବ୍ଲକ୍ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଏବଂ ଉକ୍ତ ପଞ୍ଚାୟତ କ୍ଷେତ୍ରରେ ଶୋକର ଛାୟା ଖେଳିଯାଇଛି । ସୂଚନା ମୁତାବକ ସ୍ୱର୍ଗତ ସ୍ୱାଇଁ କଟକ ଜିଲ୍ଲାର ନରସିଂହପୁର ବ୍ଲକ୍ ବାଲିଝରି ଗ୍ରାମରେ ୧୯୬୮ ମସିହାରେ ଜନ୍ମଗ୍ରହଣ କରିଥିଲେ । ପରେ ସେ କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ତହସିଲ କାର୍ଯ୍ୟାଳୟ ରେ ଜାନୁଆରୀ ୧୯୭୩ ମସିହାରେ ଏ ଆର୍ ଆଇ ଭାବେ ନିଯୁକ୍ତି ପାଇ ବ୍ଲକ୍ ର ବହୁ ଚର୍ଚ୍ଚିତ ସୀମା ବିବାଦ କୋଟିଆ ପଞ୍ଚାୟତ ର ରାଜସ୍ୱ ନିରୀକ୍ଷକ ଭାବେ ୩୯ ବର୍ଷ ଧରି ଦାଇତ୍ଵ ତୁଲାଇ ୨୦୧୧ ମସିହାରେ ସେ ନିଜ ଚାକିରୀ ଜୀବନ ରୁ ଅବସର ଗହଣ କରିଥିଲେ । ସ୍ୱର୍ଗତ ସ୍ୱାଇଁ ଚାକିରୀ ଜୀବନର ଅବସର ଗ୍ରହଣ ପରେ ମଧ୍ୟ କୋଟିଆ ପଞ୍ଚାୟତ କୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଲାଗି ରହିଥିବା ବିବାଦରେ ନିଜକୁ ନିସ୍ୱର୍ଥ ପର ଭାବେ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କୁ ସୀମା ବିବାଦ କୁ ନେଇ ରହିଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେବାରେ ପଛଘୁଞ୍ଚା କରି ନଥିଲେ । ଏହିପରି କି ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟ କୋର୍ଟ ରେ ଚାଲିଥିବା ସୀମା ବିବାଦ ମାମଲା ରେ ଯେଉଁ ସବୁ ତଥ୍ୟ ବା ରେକର୍ଡ ପ୍ରଦାନ କରାଯାଇଛି ସେଥିରେ ସ୍ୱର୍ଗତ ସ୍ୱାଇଁ ଙ୍କ ମୁଖ୍ୟ ଅବଦାନ ରହିଥିବା ବେଳେ ତାଙ୍କର ଏହିପରି ଅକାଳ ବିୟୋଗରେ ସାରା ପଞ୍ଚାୟତ ବାସି ସ୍ତବ୍ଧ ହୋଇ ପଡିଛନ୍ତି । ଅନ୍ୟପକ୍ଷରେ ପଟ୍ଟାଙ୍ଗି ବ୍ଲକ୍ ସଦର ମହକୁମା ରୁ କୋଟିଆ ପଞ୍ଚାୟତ ର ନେରିଡିବାଲସା ଗ୍ରାମକୁ ସଂଯୋଗ କରିଥିବା ବ୍ରିଟିଶ୍ ରାସ୍ତା ନିମନ୍ତେ ରାସ୍ତା ଚିହ୍ନଟ ରେ ମୁଖ୍ୟ ଭୁମିକା ରହିଥିଲା । ସ୍ୱର୍ଗତ ସ୍ୱାଇଁ ଅବସର ପରେ ଉପରୋକ୍ତ ନିଜସ୍ୱ ଗ୍ରାମ କୁ ଚାଲିଯିବା ପରେ ମଧ୍ୟ ଅନେକ ସମୟରେ ଜିଲ୍ଲା ପ୍ରଶାସନ ର ଡାକରେ ଜିଲ୍ଲା ଓ ବ୍ଲକ୍ ରେ ପହଞ୍ଚି ସୀମା ବିବାଦ ସମ୍ପର୍କିତ ତଥ୍ୟ ଦେବାରେ ସହଯୋଗ କରି ଆସୁଥିଲେ । ସ୍ୱର୍ଗତ ସ୍ୱାଇଁ ଙ୍କ ଦେହ କିଛି ଦିନ ହେଲା ଅସୁସ୍ଥ ରହିଥିଲେ ମଧ୍ୟ ଉପରୋକ୍ତ ନିଜସ୍ୱ ଗ୍ରାମର ଆସି ପଟ୍ଟାଙ୍ଗି ବ୍ଲକ୍ ରେ ରହିଥିବା ମଝିଆ ଝିଅ ଙ୍କ ପାଖରେ ରହି ଚଳିତ କୋଟିଆ ରଥଯାତ୍ରା ରେ ଯୋଗ ଦେଇଥିଲେ । ବାହୁଡା ଯାତ୍ରା ପରେ ସ୍ୱାଇଁ ପୁଣି ନିଜ ଗ୍ରାମ କୁ ଫେରିଯିବା କାର୍ଯ୍ୟକ୍ରମ ରହିଥିଲା କିନ୍ତୁ ଏହା ପୂର୍ବରୁ ସ୍ୱାଇଁ ସବୁଦିନ ପାଇଁ ଚିର ନିଦ୍ରା ରେ ସୋଇ ପଡିଗଲେ । ସ୍ୱାଇଁ ଙ୍କ ଏହିପରି ଅକାଳ ବିୟୋଗ ରେ ଜିଲ୍ଲା ଏବଂ ବ୍ଲକ୍ ପ୍ରଶାସନ ଠାରୁ ଆରମ୍ଭ କରି ବିଧାୟକ ରାମଚନ୍ଦ୍ର କାଡାମ୍ , ପୁର୍ବତନ ସାଂସଦ ଜୟରାମ ପାଙ୍ଗି , ତାଙ୍କ ଘନିଷ୍ଠ ବନ୍ଧୁ ଅବସରପ୍ରାପ୍ତ ଜିଲ୍ଲାପାଳ ଗଦାଧର ପରିଡ଼ା , ବଳରାମ ବାରିକ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । ସ୍ୱାଇଁ ଙ୍କ ମରଶରୀର କୁ ତାଙ୍କ ନିଜସ୍ୱ ଗ୍ରାମ ବା ଜନ୍ମ ମାଟି କୁ ପଠାଇବାରେ ବ୍ଲକ୍ ର ଯୁବଗୋଷ୍ଠୀ ଯଥା ବିଭୁତି ଧଳ , ସନ୍ତୋଷ ମହାପାତ୍ର , ଶରତ କୁମାର ଧଳ ,ବାବୁନି ସଡଙ୍ଗି , ସୁଜିତ୍ ଚୈଉଧିରି , କୋଟିଆ ପଞ୍ଚାୟତ ର ପୁର୍ବତନ ଜି ଆର୍ ଏସ୍ ଭୌମ୍ୟ ନାୟକ ପ୍ରମୁଖ ଉପସ୍ଥିତ ରହି ଆମ୍ବୁଲାନ୍ସ ଯୋଗେ ବିଳମ୍ବିତ ରାତି ୦୪ଟା ୪୫ ରେ ପଠାଇଥିଲେ । ଯାହାକି ଶୁକ୍ରବାର ଅପରାହ୍ନ ୦୪ଟା ୩୫ ମିନିଟ୍ ସ୍ୱାଇଁ ଙ୍କ ମରଶରୀର ତାଙ୍କ ଜନ୍ମ ମାଟିରେ ପହଞ୍ଚିଥିଲା । ଏଠାରେ ସୂଚନା ଥାଉକି ସ୍ୱର୍ଗତ ସ୍ୱାଇଁ କୋଟିଆ ପଞ୍ଚାୟତ ବାସିଙ୍କ ଦୁଃଖ ସୁଖରେ ରହି ନିଜକୁ ସମର୍ପିତ କରିଥିବା ଯୋଗୁଁ କୋଟିଆ ପଞ୍ଚାୟତ ବାସି ବର୍ତ୍ତମାନ କୋଟିଆ ଥାନା ହୋଇଥିବା ପାହାଡ଼ କୁ ଗଦା ଡଙ୍ଗର ରେ ନାମିତ କରିଥିବା ଦୃଶ୍ୟ ପଞ୍ଚାୟତ ବାସି ଙ୍କ ପାଇଁ ସବୁଦିନ ମନେ ରହିବ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ