Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜନ୍ମ ଜୟନ୍ତୀ ରେ ସୁର ଙ୍କ ପ୍ରତି ମୂର୍ତ୍ତୀ ଉନ୍ମୋଚନ

ଅସ୍ତରଙ୍ଗ,, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ସୁରେନ୍ଦ୍ର ନାଥ ନାୟକ ଙ୍କ 92 ତମ ଜନ୍ମ ଜୟନ୍ତୀରେ, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ ପାଟଳଦା ଗ୍ରାମ ପଞ୍ଚୟତ ର ସୁନ୍ଦର ଗ୍ରାମ ଠାରେ 1983 ମସିହାରେ ତାଙ୍କର ନିଜ ହାତରେ ପ୍ରତିଷ୍ଠା ହୋଇଥିଵା ସୁରେନ୍ଦ୍ର ନାଥ ବିଦ୍ୟାପୀଠ, ପରି ସରରେ ପବିତ୍ର ବାହୁଡା଼ ତିଥିରେ ସ୍ୱର୍ଗତ ନାୟକ ଙ୍କର ପ୍ରତୀ ମୁର୍ତ୍ତୀ ଉନ୍ମୋଚନ ହୋଇଛି l ଏହି ପ୍ରତି ମୂର୍ତ୍ତୀ କୁ ଉନ୍ମୋଚନ କରିଥିଲେ ସମାଜ ସେବି ତଥା ଗାନ୍ଧୀ ବାଦୀ ପ୍ରହଲାଦ କୁମାର ସିଂ l ସମ୍ମାନିତ ଅତିଥି ଭାବେ କାକଟପୁର ବିଧାୟକ ତୁଷାର କାନ୍ତି ବେହେରା, ମୁଖ୍ୟ ଵକ୍ତା ଭାବେ ତାଙ୍କର ପୁତ୍ର ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ ରହିଥିବା ବେଳେ, ପୂର୍ବତନ ଜିଲ୍ଲା ପରିଷଦ ପୁରୀ ର ଅଧକ୍ଷ ଜ୍ୟୋତ୍ରୀମୟ ଦଳାଇ, ସରପଞ୍ଚ ଖିରୋଦ କାଣ୍ଡି ଓ ଯଶୋବନ୍ତ ନାୟକ, ସମିତି ସଭ୍ୟ ମନ୍ଦାକିନୀ ଛାଟୋଇ, ବୁଦ୍ଧିଜୀବୀ ଦୁଷ୍ମନ୍ତ ବେହେରା ଓ ରାମଚନ୍ଦ୍ର ସ୍ୱାଇଁ,ପ୍ରଧାନ ଶିକ୍ଷକ ପ୍ରକାଶ କୁମାର ବେହେରା, ପ୍ରମୁଖ ଅତିଥି ଭାବେ ଯୋଗ ଦାନ କରି ସ୍ୱର୍ଗତ ନାୟକ ଙ୍କର ରାଜନୈତିକ ଜୀବନ ଆରଂଭ ରୁ ଶେଷ ପର୍ଯ୍ୟନ୍ତ କିପରି ଥିଲା ତାହା ବର୍ଣ୍ଣନା କରିଥିଲେ l ତାଙ୍କ ସ୍ମୃତି ରେ “ଅମ୍ଲାନ” ବୋଲି ଏକ ପତ୍ରିକା କୁ ଅତିଥି ମାନେ ଉନ୍ମୋଚନ କରିଥିବା ବେଳେ, ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ, ଶିକ୍ଷକ ଧୀରେନ୍ଦ୍ର ପ୍ରଧାନ, ବିଚିତ୍ରା ନନ୍ଦ ବିଶ୍ୱାଳ, ଓ ଶିକ୍ଷୟତ୍ରୀ ପ୍ରିୟ Prompt ସେନାପତି l ଅପର ପକ୍ଷରେ ତାଙ୍କ ଅସ୍ତରଙ୍ଗ ବାସ ଭବନ ଓ ପଦ୍ମ ଚରଣ ସମତସିଂହାର ଟ୍ରଷ୍ଟ କାକଟପୁର ପରିସରରେ ସ୍ୱର୍ଗତ ନାୟକ ଙ୍କର ପ୍ରତି ମୂର୍ତ୍ତୀ ଉନ୍ମୋଚନ ହୋଇ ଯାଇଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ