Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫୁଫଗାଁ ଠାରେ ସର୍ଵ ଦେବାଦେବୀ ସଦରଗୁଡି ପୀଠ ରତ୍ନମୁଦ ଉତ୍ସଵ ମହା ସମାରୋହରେ ଅନୁଷ୍ଠିତ।

କଳାହାଣ୍ଡି,୦୭/୦୭
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଫୁଫଗାଁ ପଞ୍ଚାୟତ ଫୁଫଗାଁ ଗ୍ରାମ ର ଅଧିଷ୍ଠାତ୍ରୀ ସର୍ଵ ଦେବାଦେବୀ ସଦର ଗୁଡ଼ି ଦେବୀ ପୀଠ ରତ୍ନମୁଦ ଓ ପ୍ରତିଷ୍ଠା ଉତ୍ସଵ ମହା ସମାରୋହ ରେ ପାଳିତ ହୋଇଯାଇଛି। ସୋମବାର ସକାଳୁ ରତ୍ନମୁଦ ଉତ୍ସଵ ପୂର୍ବରୁ ଅଞ୍ଚଳ ର ବିଭିନ୍ନ ପ୍ରାନ୍ତ ରୁ ଆସିଥିବା ଦେବାଦେବୀ ଙ୍କ କୁର୍ସି, ଲାଠିଯାତ୍ରା ଏକ ବିରାଟ ପଟୁଆର ରେ ଗ୍ରାମ୍ୟ ପରିକ୍ରମା କରିଥିଲେ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଗ୍ରାମ ର ପୁଝାରି ଖଗେଶ୍ବର ପୁଝାରି ଓ ଶରତ ପୁଝାରି ଙ୍କ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରି ମନ୍ଦିର ପ୍ରାଣ ପ୍ରତିଷ୍ଠା ସହ ଶୁଭ ଲଗ୍ନ ରେ ମନ୍ଦିର ଚୁଲ ରେ ପୂଜାକର୍ତ୍ତା ସମେତ ଆଖପାଖ ଅଞ୍ଚଳରୁ ଆସିଥିବା ଶତାଧିକ ଶ୍ରଦ୍ଧାଳୁ ମାନେ ରତ୍ନମୁଦ ଅବସର ରେ ବିଭିନ୍ନ ପ୍ରକାର ଶସ୍ୟ,ମୁଦ୍ରା ଦେଇ ରତ୍ନମୁଦ ଗର୍ଭ ରେ ଭର୍ତ୍ତି କରିଥିଲେ। ଏହି ଉତ୍ସଵ ରେ କାଦୋପଦର,ବାଟିଗୁଡା,ଡ଼ଙ୍ଗରିଗୁଡା,ଜଳତାମୁଣ୍ଡା,ଖୁଟୁଲୁଗୁଡା,ଗତାବନ୍ଧ, ମଜୁର ସାହି,ଚିଲ ଡ଼ଙ୍ଗରି, ସିର୍ଲିଗୁଡା, ମଧୁପୁର, କରା ଡ଼ଙ୍ଗରିପଡା ବାରପାଳି ଗାଁ ର ଗୌନ୍ତିଆ ପୁଝାରି ମାନେ ସାମିଲ ହୋଇଥିଲେ।ଫୁଫଗାଁ ମନ୍ଦିର ଗ୍ରାମ୍ୟ କମିଟି ପକ୍ଷରୁ ସଭାପତି ପର୍ଶୁରାମ ସାହୁ, ଉପ ସଭାପତି ରାଧେଶ୍ୟାମ ପଟେଲ, ସମ୍ପାଦକ ହେମନ୍ତ ଜାଲ, ସହ ସମ୍ପାଦକ ଗୋବିନ୍ଦ ଶବର କାର୍ଯ୍ୟକ୍ରମ ର ଉଦଘୋଷକ ବୈକୁଣ୍ଠ ଜାଲ, ସାଧୁରାମ ପଟେଲ, ଭୁବନେଶ୍ୱର ପଟେଲ, ମୌସୁମୀ କାନ୍ତ ପଟେଲ ସହଯୋଗ କରିଥିବା ବେଳେ ମନ୍ଦିର ମହାରଣା ଶଙ୍କର ମାଝୀ ଗ୍ରାମ୍ୟ କମିଟି ପକ୍ଷରୁ କାଶୀନାଥ ପଟେଲ, ପ୍ରଭୁଲାଲ ପଟେଲ,ପ୍ରଦୀପ ପଟେଲ, ନିଳାମ୍ବର ବାରିକ,ଡମ୍ବରୁଧର ସେଠି,ଜୟରାମ ପୁଝାରି, ଜୟରାମ ପୁଝାରି, ଜଳଧର ପଟେଲ, ଶ୍ୟାମ ସୁନ୍ଦର ମାଝୀ,ଭୁବନେ ଶବର,ମନୁରାଜ ପଟେଲ।ସମେତ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ