Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ବ୍ଲକ ଶିକ୍ଷକ ସଙ୍ଘ ତରଫରୁ ଗଣ ଶିକ୍ଷା ନିର୍ଦ୍ଦେଶକ ଙ୍କୁ ପାଞ୍ଚ ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ….

ଲକ୍ଷ୍ମୀପୁର ୦୭/୦୭ .. ଦୁଇଦିନିଆ କୋରାପୁଟ ଗସ୍ତ ଅବସରରେ ଆସିଥିବା ଗଣ ଶିକ୍ଷା ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ କୋରାପୁଟରୁ ଫେରିବା ସମୟରେ ଲକ୍ଷ୍ମୀପୁର ର  ପୂର୍ତ୍ତ ବିଭାଗ ବଙ୍ଗଳା ଠାରେ ବ୍ଲକ ଶିକ୍ଷକ ସଙ୍ଘ ସହ ଆଲୋଚନା କରିଥିଲେ।ବ୍ଲକରେ ଲାଗି ରହିଥିବା ଶିକ୍ଷା ବିଭାଗର ପ୍ରତ୍ୟେକ ସମସ୍ୟା ଉପରେ ସ୍ଥାନୀୟ ଶିକ୍ଷକ ମାନଙ୍କ ସହ ପ୍ରାୟ ଅନେକ ସମୟ ଧରି ଆଲୋଚନା କରିଥିଲେ।ବ୍ଲକ ଶିକ୍ଷାଧିକାରୀ  ବ୍ଲକ ର ସମସ୍ତ ବିଦ୍ୟାଳୟ ରେ ବୁଲି ଦେଖିଥାନ୍ତି କିନ୍ତୁ ସେଭଳି ପଦବୀ ରେ ରହିଥିଲେ ସୁଧା ବ୍ଲକ ଶିକ୍ଷଧିକାରୀ ଙ୍କୁ ସରକାର ଙ୍କ ତରଫରୁ ଗାଡି ଖଣ୍ଡିଏ ପ୍ରଦାନ କରାଯାଏ ନାହିଁ କି ତାଙ୍କ ସକାଶେ ବ୍ଲକରେ କାର୍ଯ୍ୟାଳୟ ରହୁନାହିଁ, ତେଣୁ ସେ ବିଷୟରେ ଦୃଷ୍ଠି ଦେବା ସହ ଶିକ୍ଷକ ମାନଙ୍କ ସକାଶେ  ସରକାର ଙ୍କ ତରଫରୁ  ସ୍ଵାସ୍ଚ୍ୟ ବୀମା ଭଳି ଗୁରୁତ୍ୱ ପୁର୍ଣ ବୀମା ସମ୍ପୂର୍ଣ ପରିବାର ସକାଶେ କରାଯିବା ସକାଶେ,ଜିଲ୍ଲା ରେ ଅନେକ ବର୍ଷ ହେଲା ପଦୋନ୍ନତି ହୋଇନଥିବାରୁ ତୁରନ୍ତ ଶିକ୍ଷକ ମାନଙ୍କୁ ପଦୋନ୍ନତି ଦେବା,ଶିକ୍ଷକ ମାନଙ୍କ ପୋଷାକ ସକାଶେ ଭତ୍ତା ପ୍ରଦାନ  କରିବା, ବ୍ଲକ ର କିଛି ଶିକ୍ଷକ ମାନଙ୍କ ର  ତ୍ରୁଟି ରେ ଗ୍ରେଡ଼ ଟୁ ବଦଳ ରେ ଭୁଲ ରେ ଗ୍ରେଡ଼ ୱାନ ହୋଇଯାଇଛି ସେଗୁଡିକ କୁ ତ୍ରୁଟି ସଂଶୋଧନ କରିବା,ଓ ଉଚ୍ଚ ନ୍ୟାୟଳୟ ର ନିର୍ଦେଶ ସତ୍ୱେ ସରସ୍ବତୀ ଭୋଇ ଓ ଅନ୍ୟ ଶିକ୍ଷକ ମାନଙ୍କ ର ଗ୍ରେଡ଼ ପେ ଦ୍ୱିତୀୟ ଆରଏସିପି ବର୍ତମାନ ସୁଧା ୪୨୦୦ ଦିଆଯାଉନାହିଁ ତେଣୁ ତୁରନ୍ତ ଲାଗୁ କରିବା ଭଳି ଦାବୀ ଲିଖିତ ଭାବେ ଜଣାଇଯାଇଥିଲା। ଦାବୀ ଗୁଡିକ ଅନେକ ରାଜ୍ୟ ସ୍ତରୀୟ ରହିଥିବା ବେଳେ  ସେ ଗୁଡିକ ନ୍ୟାୟିକ ମଧ୍ୟ, ତେଣୁ ଏହି ୫ ଦଫା ସମ୍ବଳିତ ଦାବିପତ୍ର କୁ ନେଇଁ ସେ ନିଜେ ମନ୍ତ୍ରୀ ଙ୍କ ସହ ଆଲୋଚନା କରିବେ ବୋଲି ଶ୍ରୀ ଭୂୟାଁ ପ୍ରତିଶୃତି ଦେଇଥିଲେ। ଲକ୍ଷ୍ମୀପୁର, ବନ୍ଧୁଗାଁ,ନାରାୟପାଟଣା ଓ ଦଶମନ୍ତପୁର ବ୍ଲକ ର ଶିକ୍ଷକ ମାନେ ଉପସ୍ଥିତ ରହି ପୁରୁଣା ସ୍ମୁତି କୁ ନେଇଁ ଶ୍ରୀ ଭୂୟାଁ ଙ୍କୁ କିଛି ଉପହାର ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମ ରେ ଲକ୍ଷ୍ମୀପୁର ଅତିରିକ୍ତ ଶିକ୍ଷା ଅଧିକାରୀ ବିଭୁତି ଭୂଷଣ ଟାକ୍ରୀ,ଦଶମନ୍ଥପୁର ଅତିରିକ୍ତ ଶିକ୍ଷା ଅଧିକାରୀ ଇଶ୍ୱର ମୁଦୁଲି,ରାଜ୍ୟ ଶିକ୍ଷକ ସଙ୍ଘ ଉପ ସଭାପତି ସୁରେନ୍ଦ୍ର କୁଲଦୀପ, ଜିଲ୍ଲା ଶିକ୍ଷକ ସଙ୍ଘ ସଭାପତି ବୈଜୟନ୍ତୀ ମାଳା ଖସଲା,ଲକ୍ଷ୍ମୀପୁର ବ୍ଲକ ଶିକ୍ଷକ ସଂଘ ସଭାପତି ଦୟାନିଧି ଗରଡ଼ା,ସମ୍ପାଦକ ତ୍ରିନାଥ ମହାପାତ୍ର,ଇସାକ ୱାଡେକା, ଘନ ମାଣ୍ଡିଙ୍ଗା,ଅର୍ଜୁନ ହିମେରିକା,ହରି ହିମେରିକା,ଅକ୍ରୁର ବିଡ଼ିକା,କୁନା ହିଆଲ,ପ୍ରିୟମ୍ବଦା ସାହୁ,ପ୍ରମୋଦ ଗୋରଡା,ନିରଞ୍ଜନ ସାହୁ ଓ କାଳୁ ଚରଣ ଛୋଟରାୟ ଙ୍କ ସମେତ ଅନେକ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ