Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଶ୍ଚିମସମ୍ଭାଗ ପ୍ରାଥମିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଶିବିର ଉଦଯାପିତ

ବରପାଲି: ବରପାଲି: ବରପାଲି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆୟୋଜିତ ସମ୍ଭାଗ ସ୍ତରିୟ ପ୍ରାଥମିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଯାପିତ ହୋଇଯାଇଛି। ଶୁକ୍ରବାର ମୁଖ୍ୟଅତିଥି ଭାବେ ବିକ୍ରମ ଶତପଥି ପଶ୍ଚିମ ସମ୍ଭାଗ ସମ୍ପାଦକ ଯୋଗ ଦେଇ ଶିବିର ଉଦଯାପନୀ ଘୋଷଣା କରିଥିଲେ। ଶିଶୁବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ହୋତା ସ୍ବାଗତ ଜଣାଇବା ସହ ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଭାବେ ଖଗେଶ୍ବର ଦାଶ ସଂଯୋଜକ କ୍ଷେତ୍ର ପ୍ରାଥମିକ ବିଭାଗ ଯୋଗ ଦେଇଥିବା ବେଳେ ବିଦ୍ୟାମନ୍ଦିର ପରିଚାଳନା ସଭାପତି ଯଦୁମଣି ବିଶି ଧନ୍ୟବାଦ ଅର୍ପଣ କରିଥିଲେ। ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଜ୍ୟୋତି ରଞ୍ଜନ ମିଶ୍ର ପଶ୍ଚିମ ସମ୍ଭାଗ ସଂଯୋଜକଙ୍କ ଦ୍ବାରା ଉଦ୍ଦେଶ୍ୟ ଜ୍ଞାପନ ପର୍ବ ସମ୍ପର୍ଣ୍ଣ ହୋଇଥିଲା । ପରିଚାଳିତ ଦଶ ଦିବସୀୟ ପ୍ରଶିକ୍ଷଣ ଶିବିରରେ ପ୍ରଦୀପ କୁମାର ମିଶ୍ର ରାଉରକେଲା ବିଭାଗ ନିରୀକ୍ଷକ, ଜୟକିଶୋର୍ ପଣ୍ଡା ସମ୍ବଲପୁର ବିଭାଗ ନିରୀକ୍ଷକ,ବିଜନ କୁମାର ଜେନା ବରଗଡ ବିଭାଗ ନିରୀକ୍ଷକ, ଲୋକନାଥ ମିଶ୍ର ଶିଶୁ ବାଟିକା ନିରୀକ୍ଷକ,ଗଣେଶ୍ବର ପାତ୍ର ସମ୍ବଲପୁର ବିଭାଗ ସହ ଆମନ୍ତ୍ରିତ ୧୦ ଜଣ ପ୍ରଶିକ୍ଷକ ସାମିଲ ହୋଇ ପ୍ରଶିକ୍ଷଣ ପର୍ବକୁ ଆଗେଇ ନେଇଥିଲେ। ପଶ୍ଚିମ ସମ୍ଭାଗ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ୧୨୮ ଜଣ ପ୍ରଶିକ୍ଷାର୍ଥୀ ଶିବିରରେ ଯୋଗଦାନ କରି ଜ୍ଞାନ ଆହରଣ କରିଥିଲେ । ସମ୍ମାନିତ ଅତିଥି ଭାବରେ ବିଦ୍ୟାମନ୍ଦିର କର୍ମକର୍ତ୍ତା ଡା.କାଳିଚରଣ ଦାଶ, ମୋତିଲାଲ ଅଗ୍ରୱାଲା,ରାଜେଶ ରାଏ,ଅରୁଣ ପଣ୍ଡା,ଗୋପାଳ ସାହୁ, ରସାନନ୍ଦ ଥପା,ସଂଘମିତ୍ରା ବରିହା, ଭୋଜରାଜ ଦ୍ବୀପ,ଦୀନବନ୍ଧୁ ପଧାନ ପ୍ରମୁଖ ଯୋଗ ଦେଇଥିଲେ। ସ୍ଥାନିୟ ବିଦ୍ୟାମନ୍ଦିର ଭଉଣୀ ମାନଙ୍କ ଦ୍ବାରା ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥିଲା । ସର୍ବୋପରି ବିଦ୍ୟାଳୟ ସମସ୍ତ ଗୁରୁଜୀ ଗୁରୁମା ମାନେ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ