Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁକେଶ ଅମ୍ବାନୀଙ୍କ ଉପହାର! ପୁରୁଣା ପୋଷାକ ଦିଅ ନୂଆ ବସ୍ତ୍ର ନେଇଯାଅ, ଜାଣନ୍ତୁ କେମିତି

ଯଦି ଆପଣ କମ୍ ଟଙ୍କାରେ ବ୍ରାଣ୍ଡେଡ୍ କପଡ଼ା କିଣିବାକୁ ଚାହୁଁଛନ୍ତି, ତେବେ ରିଲାଏନ୍ସ ରିଟେଲ ଫ୍ୟାଶନ ପ୍ୟାକ୍ଟ୍ରୀ ଆପଣଙ୍କ ପାଇଁ ଏକ ସାନଦାର ସୁଯୋଗ ଆଣିଛି।

ମୁକେଶ ଅମ୍ବାନୀଙ୍କ ଏହି କମ୍ପାନୀ ଫ୍ୟାଶନ ଫ୍ୟାକ୍ଟ୍ରୀ ଏକ୍ସଚେଞ୍ଜ ଫେଷ୍ଟିଭାଲ ଚଳାଇଛି। ଯେଉଁଥିରେ ଆପଣ ପୁରୁଣା ବା ଅନବ୍ରାଣ୍ଡର ବସ୍ତ୍ରକୁ ଏକ୍ସଚେଞ୍ଜ କରି ନୂଆ ବ୍ରାଣ୍ଡେଡ୍ କପଡ଼ା କିଣିପାରିବେ, ତାହା ବି ରିହାତିର ସହ।

ଏହି ଏକ୍ସଚେଞ୍ଜ ଫେଷ୍ଟିଭାଲ ଖାସ ଭାବେ ଶ୍ରାବଣ ମାସ ଏବଂ ଆସୁଥିବା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଆରମ୍ଭ କରାଯାଇଛି, ଯାହା ଦ୍ୱାରା ଲୋକେ ଉତ୍ସବର ମଜା ନେଇପାରିବେ ଏବଂ କମ ମୂଲ୍ୟରେ ପୋଷାକ କିଣିପାରିବେ।

ଏହି ଅଫର ୨୦ ଜୁଲାଇ ପର୍ଯ୍ୟନ୍ତ ରିଲାଏନ୍ସର ଫ୍ୟାଶନ ଫ୍ୟାକ୍ଟ୍ରି ଷ୍ଟୋରରେ ଉପଲବ୍ଧ ରହିଛି। ଫ୍ୟାଶନ ଫ୍ୟାକ୍ଟ୍ରି ବଡ଼ ବଡ଼ ବ୍ରାଣ୍ଡସ ଉପରେ ଅଧିକ ରିହାତି ପାଇଁ ଜଣାଶୁଣା।

ଆପଣ ନିଜ ସହ ପୁରୁଣା ଡେନିମ, ସାର୍ଟ, ଟିସାର୍ଟ ବା ପିଲାଙ୍କ ପୁରୁଣା ପୋଷାକ ଆଣିପାରିବେ। ଏହା ବଦଳରେ କମ୍ପାନୀ ଆପଣଙ୍କୁ ଏକ୍ସଚେଞ୍ଜ କୁପନ ଦେବ, ଯାହାର ମୂଲ୍ୟ ଏମିରି କରାଯିବ..
-ଡେନିମ ପାଇଁ-୪୦୦ ଟଙ୍କାର କୁପନ
-ସାର୍ଟ ପାଇଁ-୨୫୦ ପର୍ଯ୍ୟନ୍ତ କୁପନ
-ଟିସାର୍ଟ ପାଇଁ-୧୫୦ ଟଙ୍କାର କୁପନ
ପିଲାଙ୍କ ପୋଷାକ ପାଇଁ ୧୦୦ ଟଙ୍କା ଯାଏଁ କୁପନ

ଆପଣ ଏହି କୁପନକୁ ନେଇ ଭଲ ଏବଂ ବ୍ରାଣ୍ଡେଡ୍‌ର ବସ୍ତ୍ର ବା ପୋଷାକ କିଣିପାରିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ