Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝିଅ ଅନାୟରାଙ୍କ ସହ ରାମ୍ପ୍‌ ୱାକ୍‌ କଲେ କପିଲ ଶର୍ମା; ବାପା-ଝିଅ ଯୋଡିଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ: ହାସ୍ୟ ଅଭିନେତା ତଥା ଅଭିନେତା କପିଲ ଶର୍ମା ‘ଦ କପିଲ ଶର୍ମା’ ଶୋ ଲାଗି ବେଶ୍‌ ଲୋକପ୍ରିୟତା ହାସଲ କରିଛନ୍ତି। ତାଙ୍କ ଶୋ ଲାଗି ସେ ଏବେ ଘରେ ଘରେ ପରିଚିତ। କପିଲ ଚଳଚ୍ଚିତ୍ରରେ ମଧ୍ୟ ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି। ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହୁଥିବା କପିଲ ଏବେ ନିଜ ଝିଅଙ୍କୁ ଚର୍ଚ୍ଚା ପରିସରଭୁକ୍ତ ହୋଇଛନ୍ତି। ପ୍ରକୃତରେ କପିଲ ଏକ ଇଭେଣ୍ଟରେ ତାଙ୍କ ଝିଅ ସହିତ ଏକ ରାମ୍ପ୍ କରୁଥିବାର ଦେଖିବାକୁ ମିଳିଛି। ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଛି। ସୋସିଆଲ ମିଡିଆରେ ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ରବିବାର ରାତିରେ କପିଲ ଶର୍ମା ତାଙ୍କ ୩ ବର୍ଷର ଝିଅ ଅନାୟରାଙ୍କ ସହ ଏକ କାର୍ଯ୍ୟକ୍ରମରେ ରାମ୍ପରେ ୱାକ୍‌ କରୁଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ କପିଲ ତାଙ୍କ ଛୋଟ ଝିଅଙ୍କ ହାତ ଧରି ରାମ୍ପରେ ଚାଲୁଥିଲେ। ତେବେ ବାପା-ଝିଅ ଯୋଡି କଳା ରଙ୍ଗର ପୋଷାକରେ ବେଶ୍‌ ଆକର୍ଷଣୀୟ ଦେଖାଯାଉଥିଲେ। ଏହାସହିତ କପିଲ ଝିଅ ଅନାୟାରାଙ୍କୁ ଫ୍ଲାଇଙ୍ଗ କିସ୍‌ କରିବାକୁ ମଧ୍ୟ କହିଥିଲେ। ତେବେ କପିଲ ଏବଂ ତାଙ୍କ ଝିଅଙ୍କ ଏହି ସୁନ୍ଦର ଭିଡିଓଟି ଇଣ୍ଟରନେଟରେ ଭାଇରାଲ ହେବା ସହ ପ୍ରଶଂସକଙ୍କ ହୃଦୟ ଜିତିବାରେ ଲାଗିଛି।

ଭିଡିଓ ଭାଇରାଲ ହେବା ପରେ କେହି ଜଣେ ପ୍ରଶଂସକ ଲେଖିଛନ୍ତି ଯେ ଅନାୟରା ଅବଦୁ ରୋଜିକଙ୍କ ସାନ ଭଉଣୀ ପରି ଦେଖାଯାଉଛନ୍ତି।