Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦ୍ୱିତୀୟ ଦିନରେ ପହଁଚିଲା ଡ୍ରାଇଭରଙ୍କ ଆନ୍ଦୋଳନ

ଲକ୍ଷ୍ମୀପୁର ୦୯/୦୭….ସାତ ଦଫା ଦାବି ନେଇ ରାଜ୍ୟ ଡ୍ରାଇଭର ମହା ସଙ୍ଘର ଡାକରାରେ ମଙ୍ଗଳ ବାର ଠାରୁ ଲକ୍ଷ୍ମୀପୁର ବ୍ଲକ ଅଞ୍ଚଳରେ ଥିବା କାର୍ଯ୍ୟରତ ଡ୍ରାଇଭର ମାନେ ଆନ୍ଦୋଳନ କୁ ଓହ୍ଲାଇଛନ୍ତି।ଡ୍ରାଇଭର ଙ୍କ ଆନ୍ଦୋଳନ ଯୋଗୁଁ ବିଭିନ୍ନ କାର୍ଯ୍ୟରେ ପ୍ରଭାବ ପଡ଼ିଥିବା ବେଳେ ସଂଘ ତରଫରୁ ଶାନ୍ତି ପୂର୍ଣ୍ଣ ଭାବେ ସ୍ଥାନୀୟ ଦୁର୍ଗା ପୂଜା ମଣ୍ଡପ ଠାରେ ଡ୍ରାଇଭର ମାନେ ସ୍ଟେରିଙ୍ଗ ଛାଡି ଧାରଣା ରେ ବସି ରହିଛନ୍ତି।
ଏନେଇ ବିଭିନ୍ନ ମାଲ ବାହି ଗାଡ଼ି ସହ ଘରୋଇ ଗାଡ଼ି ବନ୍ଦ ରହିଛି।ଲକ୍ଷ୍ମୀପୁର ଡ୍ରାଇଭର ସଙ୍ଘ ସଭାପତି ଦିଲ୍ଲୀପ ଗରଡ଼ା ଙ୍କ ନେତୃତ୍ୱରେ ବହୁ ସଂଖ୍ୟାର ଡ୍ରାଇଭର ମାନେ ଏହି ଆନ୍ଦୋଳନରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି। ଯେତେ ଦିନ ଯାଏଁ ସେମାନଙ୍କ ଦାବି ସରକାର ଶୁଣି ନାହାନ୍ତି ସେତେ ଦିନ ଯାଏଁ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଙ୍ଘ ସମ୍ପାଦକ ଦିଲ୍ଲୀପ ନିଶାଲ କହିଛନ୍ତି।ସୁରକ୍ଷା ଦୃଷ୍ଟି ରୁ ବଜାର ଉପରେ ପୋଲିସ ମୃତୟନ କରାଯାଇଛି।ସେହିପରି ଲକ୍ଷ୍ମୀପୁର ବ୍ଲକ ର କେଲାର ଛକ ରେ କିଛିଡ୍ରାଇଭର ରାସ୍ତା ଉପରେ କମରସିଆଲ ଗାଡି ଗୁଡିକ ଚଳାଉ ଥିବା ଡ୍ରାଇଭର ଙ୍କୁ ଗାଡି ଚଳେଇବା ସକାଶେ ମନା କରିଥିବା ବେଳେ ପରସନାଲ ଗାଡି ଗୁଡିକ ମାଲିକ ଚଳେଇ ଯାଉଥିଲେ ଛାଡି ଦଉଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ