ରାହୁଲଙ୍କ ସମାବେଶକୁ ଭଣ୍ଡୁର ପାଇଁ ଡ୍ରାଇଭରଙ୍କ ଦାବି ପୂରଣକୁ ଜାଣିଶୁଣି ସରକାର ବିଳମ୍ବିତ କରୁଛନ୍ତି – କଂଗ୍ରେସ


ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗ ଦେବାକୁ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । ଏଥିପାଇଁ ବରମୁଣ୍ଡା ପଡିଆରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପିସିସି ସଭାପତି ଓ ଦଳର ତୁଙ୍ଗ ନେତା ସଭାସ୍ଥଳରେ ପହଞ୍ଚି ସମୀକ୍ଷା କରିଛନ୍ତି । ରାହୁଲଙ୍କୁ ଶୁଣିବାକୁ ରାଜ୍ୟର କୋଣ ଅନୁକୋଣରୁ ଆସିବେ କଂଗ୍ରେସ କ୍ୟାଡର ।

ହେଲେ ଏଥିରେ ବାଧକ ସାଜିଛି ଡ୍ରାଇଭରଙ୍କ ଆନ୍ଦୋଳନ ।

ସରକାର ଦାବି ମାନୁନଥିବାରୁ ଆନ୍ଦୋଳନ ଜାରି ରଖିଛି ଡ୍ରାଇଭର ସଂଘ। ମାତ୍ର ଏଥିରେ ଚକ୍ରାନ୍ତର ଗନ୍ଧ ବାରିଛି କଂଗ୍ରେସ । ରାହୁଲଙ୍କ ସମାବେଶକୁ ଭଣ୍ଡୁର ପାଇଁ ଡ୍ରାଇଭରଙ୍କ ଦାବି ପୂରଣକୁ ଜାଣିଶୁଣି ସରକାର ବିଳମ୍ବିତ କରୁଛନ୍ତି ବୋଲି କହୁଛନ୍ତି ନେତା । କ୍ଷମତାରେ ଥିବା ବିଜେପିର ଏଭଳି ଆଭିମୁଖ୍ୟକୁ ବରଦାସ୍ତ କରାଯିବନି ବୋଲି ଚେତାବନୀ ଦେଇଛନ୍ତି ପିସିସି ସଭାପତି । ଜବାବରେ ବିଜେପି କହିଛି, ବିରୋଧୀ ହିଁ ଡ୍ରାଇଭର ମହାସଂଘ ଆନ୍ଦୋଳନ ପଛରେ ଅଛନ୍ତି ।

ଡ୍ରାଇଭର ଆନ୍ଦୋଳନ ପାଇଁ ସିଧାସଳଖ ବିଜେପି ସରକାରକୁ ଦାୟୀ କରିଛି କଂଗ୍ରେସ। ଡ୍ରାଇଭରଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି ଦଳ ମୁଖିଆ । ସମର୍ଥନ ବଦଳରେ ସମର୍ଥନ ଅଫର ଦେଇଛନ୍ତି ଭକ୍ତ। କଂଗ୍ରେସ କର୍ମକର୍ତ୍ତାଙ୍କୁ ଆଣୁଥିବା ଗାଡିକୁ କୌଣସି ସ୍ଥାନରେ ନ ଅଟକାଇବାକୁ ନିବେଦନ କରିଛନ୍ତି । ଏହା ବଦଳରେ ଡ୍ରାଇଭର ଆନ୍ଦୋଳନକୁ କଂଗ୍ରେସ ସମର୍ଥନ ଦେବ ବୋଲି ଖୋଲା ଘୋଷଣା କରିଛନ୍ତି । ତେବେ ପ୍ରଶ୍ନ ଉଠୁଛି,

୧୧ଟା ୩୦ରେ ଭୁବନେଶ୍ବରରେ ପହଞ୍ଚିବେ ରାହୁଲ ଗାନ୍ଧୀ । ବରମୁଣ୍ଡା ପଡିଆରେ ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗଦେବା ପରେ ସିଧା ପାର୍ଟି ଅଫିସକୁ ଆସିବେ । କଂଗ୍ରେସ ଭବନରୁ ଶାସକ ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ ।