Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡ୍ରାଇଭରଙ୍କୁ ଶକ୍ତି ଦେଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର:ଚାଲିଥିବା ଡ୍ରାଇଭର ଆନ୍ଦୋଳନକୁ ଅଧିକ ତେଜିଆନ କରି ଡ୍ରାଇଭର ସଙ୍ଘକୁ ଶକ୍ତି ଦେଇଛନ୍ତି ରାହୁଲ ଗାନ୍ଧୀ।କଂଗ୍ରେସ ନେତା ରାହୁଲ ଗାନ୍ଧୀ ଡ୍ରାଇଭର ଆନ୍ଦୋଳନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ତୀବ୍ର ଆକ୍ରମଣ କରିଛନ୍ତି।ସମ୍ଭିଧାନ ବଞ୍ଚାଓ ସମାବେଶରେ ସମ୍ବୋଧନ କରି ସେ ଅଭିଯୋଗ କରିଛନ୍ତି ଯେ ରାଜ୍ୟ ସରକାର ଡ୍ରାଇଭର ମହାସଂଘ ଉପରେ ଚାପ ପକାଇ ସେମାନଙ୍କ ସମାବେଶକୁ ଭଣ୍ଡୁର କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଡ୍ରାଇଭର ମହାସଂଘ ସରକାରଙ୍କ ଚାପକୁ ନମାନି ନିଜର ଆନ୍ଦୋଳନ ଜାରି ରଖିଥିବାରୁ ରାହୁଲ ସେମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି।
ରାହୁଲ କହିଛନ୍ତି, “ଡ୍ରାଇଭର ମହାସଂଘ ସରକାରଙ୍କ ଚାପକୁ ପ୍ରତିହତ କରି ନିଜର ଅଧିକାର ପାଇଁ ଲଢୁଛନ୍ତି। ଏଥିପାଇଁ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି।” ସେ ଆହୁରି କହିଛନ୍ତି ଯେ ସରକାର ଡ୍ରାଇଭରଙ୍କ ନ୍ୟାୟସଙ୍ଗତ ଦାବିକୁ ଗୁରୁତ୍ୱ ଦେଇ ତାହା ପୂରଣ କରିବା ଉଚିତ।ଏଭଳି କହି ଡ୍ରାଇଭର ମାନଙ୍କ ହୃଦୟ ଜିତି ସେମାନଙ୍କ ମନୋବଳ ବୃଦ୍ଧି କରିବାରେ ଶକ୍ତି ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ