Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅର୍ଚ୍ଚନା ନାଗ

ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଅର୍ଚ୍ଚନା ନାଗ। ବିଗତ ଦିନରେ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ମିଛରେ ଫସାଇ ଅତ୍ୟାଚାର କରାଯାଇଥିବା ଅଭିଯୋଗ ଆଣି ଅର୍ଚ୍ଚନା ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିଥିଲେ। ସେ କହିଛନ୍ତି ଯେ, ପୂର୍ବତନ ସରକାର ଓ ପୋଲିସ ମିଳିତ ଭାବେ ତାଙ୍କ ନାଁରେ ମିଛ ଅଭିଯୋଗ ରୁଜୁ କରିଥିଲେ, ଯାହା ଆଜି ପର୍ଯ୍ୟନ୍ତ ପ୍ରମାଣିତ ହୋଇପାରି ନାହିଁ।

୨୦୨୨ରେ ଅର୍ଚ୍ଚନା ନାଗଙ୍କୁ ବ୍ଲାକମେଲିଂ ଓ ସେକ୍ସ ରାକେଟ୍ ଚଳାଇବା ଅଭିଯୋଗରେ ଗିରଫ କରାଯାଇଥିଲା। ଏହି ମାମଲା ରାଜ୍ୟରେ ବେଶ୍ ଚର୍ଚ୍ଚାରେ ଥିଲା, ଯେଉଁଥିରେ ଅନେକ ରାଜନେତା ଓ ବିଶିଷ୍ଟ ବ୍ୟକ୍ତିଙ୍କ ନାଁ ଜଡ଼ିତ ଥିବା ଅଭିଯୋଗ ହୋଇଥିଲା। କିନ୍ତୁ ୧୪ ମାସ ଜେଲ୍‌ରେ ରହିବା ପରେ ୨୦୨୩ ଡିସେମ୍ବରରେ ଅର୍ଚ୍ଚନା ହାଇକୋର୍ଟରୁ ଜାମିନ ପାଇ ମୁକୁଳିଥିଲେ। ଜେଲରୁ ବାହାରିବା ପରେ ସେ କହିଥିଲେ, “ଜେଲ୍‌ ଯିବା ମୋ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଥିଲା। ମୁଁ ଅନେକ କିଛି ଶିଖିଛି। ଆଇନ ଉପରେ ମୋର ଭରସା ଅଛି ଓ ମୁଁ ନିଶ୍ଚିତ ନ୍ୟାୟ ପାଇବି।”ଅର୍ଚ୍ଚନା କହିଛନ୍ତି ତାଙ୍କୁ ଏବଂ ତାଙ୍କ ପରିବାର ଲୋକଙ୍କୁ ଯେଉଁମାନେ ହଇରାଣ କରିବା ସହ ନିର୍ଯାତନା ଦେଇଛନ୍ତି ସେମାନଙ୍କ ବିରୋଧରେ ସମସ୍ତ ତଥ୍ୟ ପ୍ରମାଣ ସହ ଲିଖିତ ଆକାରରେ ଅଭିଯୋଗ କରିଛନ୍ତି l ଅନ୍ୟପକ୍ଷେ ଅର୍ଚ୍ଚନା ରାଜ୍ୟର କିଛି ପ୍ରଭାବଶାଳୀ ଲୋକ ଏହି ଘଟଣା ପଛରେ ମୁଖ୍ୟ ଭୂମିକାରେ ଥିବା ଅଭିଯୋଗ କରିବା ସହ ଆଗାମୀ ଦିନରେ ସେମାନଙ୍କ ଅସଲ ମୁଖା ରାଜ୍ୟବାସୀ ଦେଖିବେ ବୋଲି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ