Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫାଶୀ ଦଣ୍ଡରୁ ନିମିଷାଙ୍କୁ ବଞ୍ଚାଇବାର ଶେଷ ଆଶା ବିଫଳ ! ନିମିଷାଙ୍କୁ ୟେମେନ ରେ ୧୬ ଜୁଲାଇରେ ମୃତ୍ୟୁ ଦଣ୍ଡ ଦିଆଯାଇପାରେ.ସେ ଜଣେ ୟେମେନର ନାଗରିକଙ୍କୁ ହତ୍ୟା କରିବା ମାମଲାରେ ଦୋଷୀ ସାବ୍ୟସ୍ତ

ନିମିଷା ପ୍ରିୟାଙ୍କୁ ୟେମେନରୁ ବଞ୍ଚାଇବାର ଆଉ ଏକ ଆଶା ଶେଷ ହୋଇଛି। ନିମିଷାଙ୍କ ମାମଲାରେ ଆମେ ଅଧିକ କିଛି କରିପାରୁବନି ବୋଲି ଆଜି ସୁପ୍ରିମକୋର୍ଟଙ୍କୁ କହିଛନ୍ତି କେନ୍ଦ୍ର ସରକାର। ନିମିଷାଙ୍କୁ ୟେମେନ୍ରେ ୧୬ ଜୁଲାଇରେ ମୃତ୍ୟୁ ଦଣ୍ଡ ଦିଆଯାଇପାରେ। ସେ ତାଲାଲ ଅବଦୋ ମହଦି ନାମକ ଜଣେ ୟେମେନର ନାଗରିକଙ୍କୁ ହତ୍ୟା କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ୟେମେନ୍ରେ ଫାଶୀଦଣ୍ଡରେ ଦଣ୍ଡିତ ଭାରତୀୟ ନାଗରିକ ନିମିଷା ପ୍ରିୟାଙ୍କୁ ଲାଗିଛି ଝଟକା। ଫାଶୀରୁ ବଞ୍ଚିବାର ଶେଷ ଆଶା ବି ମଉଳି ଯାଇଛି। ଆଜି ସୁପ୍ରିମକୋର୍ଟଙ୍କ ନିକଟରେ କେନ୍ଦ୍ର ସରକାର କହିଛନ୍ତି, ଏହା ଖୁବ୍ ଦୁର୍ଭାଗ୍ୟପୂର୍ଣ୍ଣ। କିନ୍ତୁ ଆମେ ଏହି ମାମଲାରେ ଅଧିକ କିଛି କରିପାରିବୁନି। ଆମର ମଧ୍ୟ ଏକ ସୀମା ରହିଛି, ଯେଉଁ ପର୍ଯ୍ୟନ୍ତ ଆମେ ଯାଇପାରିବୁ। ବୈଦେଶିକ ମନ୍ତ୍ରଣାଳୟ ଆନୁଷ୍ଠାନିକ ଏବଂ ଅନୌପଚାରିକ ଭାବରେ ଦଣ୍ଡାଦେଶକୁ ସ୍ଥଗିତ ରଖିବାକୁ ଅନୁରୋଧ କରିଛି, କିନ୍ତୁ ୟେମେନ ସରକାର କୌଣସି ଠୋସ୍ ପ୍ରତିଶ୍ରୁତି ଦେଇନାହାଁନ୍ତି। ଏବେ କେବଳ ଗୋଟିଏ ରାସ୍ତା ଅଛି। ତାହା ହେଲା ମୃତ ୟେମେନ୍ ନାଗରିକଙ୍କ ପରିବାର ବ୍ଲଡମନିକୁ ସ୍ବୀକାର କରିବାକୁ ପ୍ରସ୍ତୁତ ହୋଇଯାଆନ୍ତୁ। ଏହି ବ୍ୟବସ୍ଥା ଅନୁସାରେ, ପୀଡିତ ପରିବାରକୁ କିଛି ଧନରାଶି ଦିଆଯାଇଥାଏ। ତେବେ ଏହି ଟଙ୍କା କେତେ ରହିବ, ତାହା ଦୁଇ ପକ୍ଷ ମିଶିକି ଧାର୍ଯ୍ୟ କରନ୍ତି। ଆଟର୍ଣ୍ଣିଂ ଜେନେରାଲ ଆର ଭେଙ୍କଟରମଣ କୋର୍ଟଙ୍କୁ କହିଛନ୍ତି, ଭାରତ ଏହି ମାମଲାରେ ସେତିକି ଆଗକୁ ଯାଇଛି ଯେତିକି ସରକାରଙ୍କ ସୀମା ରହିଛି। ସରକାର ତା ଠାରୁ ଅଧିକ କିଛି କରିପାରିବେନି। ବ୍ଲଡ ମନି ଏକ ବ୍ୟକ୍ତିଗତ ବୁଝାମଣା ଏହା କୁଟନୈତିକ ଭାବରେ ମାନ୍ୟ ନୁହେଁ। ।ଆଟର୍ଣ୍ଣି ଜେନେରାଲଙ୍କ କଥା ଶୁଣିବା ପରେ,କୋର୍ଟ ଶୁଣାଣିକୁ ଆସନ୍ତା ଶୁକ୍ରବାର ବା ୧୮ ଜୁଲାଇ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। କୋର୍ଟ ସରକାର ଏବଂ ଆବେଦନକାରୀଙ୍କୁ ପରବର୍ତ୍ତୀ ତାରିଖରେ ସ୍ଥିତି ବିଷୟରେ ଜଣାଇବାକୁ କହିଛନ୍ତି।

ଉଲ୍ଲେଖନୀୟ ଯେ, କେରଳର ପଲକ୍କଡ ଜିଲାର ନିମିଷା ପ୍ରିୟାଙ୍କୁ ୟେମେନ ନାଗରିକ ତାଲାଲ ଅବଦୋ ମହଦି ହତ୍ୟା ମାମଲାରେ ୨୦୧୭ରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ନିମିଷା ୨୦୧୨ରେ ନର୍ସ ଭାବରେ ୟେମେନ ଯାଇଥିଲେ। ୨୦୧୫ରେ, ସେ ଏବଂ ତଲାଲ ଏକାଠି ସେଠାରେ ଏକ କ୍ଲିନିକ ଆରମ୍ଭ କରିଥିଲେ। ତାଲାଲ ଆୟର ଅର୍ଦ୍ଧେକ ଅର୍ଥ ହଡପ କରିବାକୁ ଚେଷ୍ଟା କରିଥିଲେ ଏବଂ ତାଙ୍କ ନାମକୁ କ୍ଲିନିକରେ ଅଂଶୀଦାର ଭାବରେ ଅନ୍ତର୍ଭୁକ୍ତ କରି ନିଜକୁ ନିମିଷାଙ୍କ ସ୍ବାମୀ ଭାବରେ ଉପସ୍ଥାପନ କରିଥିଲେ। ଏହାକୁ ନେଇ ଦୁହିଁଙ୍କ ଭିତରେ ବିବାଦ ଆରମ୍ଭ ହୋଇଥିଲା। ତାଲାଲ ତାଙ୍କୁ ମାଡ ମାରିବା ସହ ଯୌନ ନିର୍ଯ୍ୟାତନା ଦେଉଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ