ଉଲୁଣ୍ଡା ଡିଜିଟାଲ ସାମ୍ବାଦିକ ସଙ୍ଘ ଗଠିତ


ବୀରମହାରାଜାପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ପାତାଳୀ ଶ୍ରୀ କ୍ଷେତ୍ର ,କୋଟସମଲାଇ ଠାରେ ସାମ୍ବାଦିକମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଉଲୁଣ୍ଡା ଡ଼ିଜିଟାଲ ସାମ୍ବାଦିକ ସଂଘ ଗଠନ କରାଯାଇଥିଲା। ଏଥିରେ ସଭାପତି ଭାବରେ ଲେଖରାଜ ସାଗର, ସମ୍ପାଦକ ଭାବରେ ରାମଶଙ୍କର ସାମନ୍ତରା ଓ ଉପଦେଷ୍ଟା ମଣ୍ଡଳୀ ରେ ବରିଷ୍ଠ ସାମ୍ବାଦିକ ଆଦିତ୍ୟ ପୁରୋହିତ, ରାଜେନ୍ଦ୍ର ପଧାନଙ୍କୁ ମନୋନୀତ କରାଯାଇ ଥିବା ବେଳେ ପ୍ରେମାନନ୍ଦ ନାଏକ୍,ସରୋଜ ପ୍ରକାଶ ପଧାନ, ରାଜେଶ କୁମାର ବାଘ, ଶାନ୍ତନୁ କର୍ଣ୍ଣ ଓ ମହିଳା ସାମ୍ବାଦିକା ମମତା ପୁଟେଲ ସାଧାରଣ ସଦସ୍ୟ ଭାବରେ ଚୟନ କରାଯାଇଥିଲା। ଆଗକୁ ଉଲୁଣ୍ଡା ଡ଼ିଜିଟାଲ ସାମ୍ବାଦିକ ସଂଘ ପକ୍ଷରୁ ସାମାଜିକ ଓ ଜନହିତକର କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି, ଲୋକଙ୍କ ସମସ୍ୟା ସରକାର ନିକଟରେ ପହଞ୍ଚାଇବା , ଅନ୍ୟାୟ ଅତ୍ୟାଚାର କୁ ରୋକିବା ପାଇଁ ନିଷ୍ପତ୍ତି ନିଆଯାଉଥିଲା। ଶେଷରେ ଯୁବ ସାମ୍ବାଦିକ ମଣ୍ଟୁ ମନ୍ତ୍ରା ଧନ୍ୟବାଦ ଅର୍ପଣ ଦେଇଥିଲେ।