ଅସ୍ତରଙ୍ଗ,, ପୁରୀ ଜିଲ୍ଲା ଅସ୍ତରଙ୍ଗ ତହସିଲ ଅଧୀନ ନଗର ଗ୍ରାମ ପଞ୍ଚାୟତ ର କାଳିଆକଣ ଗ୍ରାମର ଦୁଇ ସହ ରୁ ଉର୍ଦ୍ଧ ଗ୍ରାମ ବାଶି ମାନେ ଏକତ୍ରିତ ହୋଇ ମଙ୍ଗଳବାର ଦିନ ଅସ୍ତରଙ୍ଗ ତହସିଲ ଆଗରେ କିବା ମହିଳା, କିବା ପୁରୁଷ ଧାରଣାରେ ବସିଥିବା ଦିଖିବାକୁ ମିଳିଥିଲା l ଘଟଣାରୁ ପ୍ରକାଶ ଜେ, କାଳିଆ କଣ ଗ୍ରାମକୁ ଗୋଟେ ଭଲ ରାସ୍ତା ନାହିଁ l ହେଲେ ସରକାର ଙ୍କ ପାଖରେ ଅଭିଯୋଗ କଲା ପରେ ଗ୍ରାମ ଉନ୍ନୟନ ବିବାଗ ତରଫରୁ ରାସ୍ତା ପାଇଁ ଅର୍ଥ ବରାଦ ହେବା ପରେ, ନେଇଥିବା ଠିକାଦାର ରାସ୍ତା ଆରମ୍ଭ କାର୍ଯ୍ୟ ଆରମ୍ଭ କଲେ l ହେଲେ କିଛି ମୁଷ୍ଟିମୟ ଲୋକ ରାସ୍ତା ଯାଉଥିବା ଜମିରେ ବାଧକ ସୃଷ୍ଟି କରିବାରୁ ରାସ୍ତା କାର୍ଯ୍ୟ ହୋଇ ପାରିଥିଲା l ଯାହା ଫଳରେ କି ବହୁ ବାଦ ବିବାଦ ଲାଗି ରହିବାରୁ କଥାଟି ଥାନା,, ତାହାସିଲ ଓ କୋର୍ଟ ପର୍ଯ୍ୟନ୍ତ ମଧ୍ୟ ବି ଜାଇ ଥିଲା l କିନ୍ତୁ ରାସ୍ତା ସପକ୍ଷରେ ଥିବା ଲୋକଙ୍କ ଉପରେ କେଶ ବି ହୋଇଥିଲା, ଯାହାକି ସେମାନେ ଜାମିନରେ ଆସି ରାସ୍ତା କାର୍ଯ୍ୟ କିପରି ହେବ ଅଡ଼ି ବସିଥିଲେ l ଶେଷରେ କିଛି ଉପାୟ ନ ପାଇବାରୁ ତହସିଲ ଆଗରେ ଧାରଣା ଦେଇ ଥିଲେ l ନିମାପଡା ଡ଼ି ଏସ ପି, ଅସ୍ତରଙ୍ଗ ତାହାସିଲ ଦାର, ଆଇ ଆଇ ସି, ଅସ୍ତରଙ୍ଗ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ନିର୍ମାଣ ର ସମାଧାନର ପ୍ରତିଶୃତି ଦେବା ପରେ ତାହସିଲ ଆଗରୁ ଧାରଣା ପ୍ରତ୍ୟାହୃତ ହୋଇ ଥିଲା l
ତାହାସିଲ ସମ୍ମୁଖରେ ଗ୍ରାମବାସିଙ୍କ ଧାରଣା l
