Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ଥାୟୀ ମଡେଲ ଓ ସବୁଜ ସ୍ଥାୟୀ କ୍ୟାମ୍ପସ ବିକାଶ

ସମ୍ବଲପୁର:ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ସମ୍ବଲପୁର ପରିବେଶ ସୁରକ୍ଷା ଓ ସ୍ଥିରତା ବିକାଶ ଦିଗରେ ଦୃଢ଼ ପଦକ୍ଷେପ ନେଇ “ଇକୋ କ୍ୟାଶ୍ ଫୋରେଷ୍ଟ” ନାମକ ଏକ ନୂତନ ସବୁଜ ପଦକ୍ଷେପ ଆରମ୍ଭ କରିଛି। ଏହି ଅଭିଯାନ ଅନ୍ତର୍ଗତ ଦୀର୍ଘକାଳୀନ ପରିବେଶିକ ଓ ଅର୍ଥନୈତିକ ଲାଭକୁ ଲକ୍ଷ୍ୟ କରି ୧୪ ଜୁଲାଇ ୨୦୨୫ ରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ଏକ ଗଛ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ପ୍ରଫେସର ଶ୍ୟାମ ସୁନ୍ଦର ପଟ୍ଟନାୟକ, କୁଳପତି, , ଡ଼. ଚିତ୍ତରଞ୍ଜନ ସାହୁ, କୁଳସଚିବ, ଶ୍ରୀ ନଳିନୀ ରଞ୍ଜନ ସାରଙ୍ଗୀ, ବିତ୍ତ ନିୟନ୍ତ୍ରକ, ଇଞ୍ଜିନିୟର ରାକେଶ ଗୋଏଲ, ହିନ୍ଦାଲକୋ ର ପୂର୍ବତନ କର୍ମଚାରୀ ଏସ. କେ. ଗୁରୁ ଓ ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ରାୟଗୁରୁ, ସଙ୍ଘିତା ଚାନ୍ଦ ସହିତ ବିଶ୍ୱବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
ଏହି ସବୁଜ ଅଭିଯାନ ଅନ୍ତର୍ଗତ, କ୍ୟାମ୍ପସ୍‌ରେ ୧୦୦ ଟି ନଡିଆ ଗଛ ରୋପଣ କରାଯାଇଛି। ହିଣ୍ଡାଲକୋ ଏହାର ପ୍ରୟୋଜନ କରିଛି। କ୍ୟାମ୍ପସ୍‌ର ପରିବେଶିକ ସନ୍ତୁଳନ ସହିତ ସ୍ୱାଦୁ ଫଳ ଉତ୍ପାଦନ ପାଇଁ ଏକ ଦୀର୍ଘକାଳୀନ ସମ୍ପତ୍ତି ହିସାବରେ ପ୍ରତିଷ୍ଠିତ ହେବା ଲକ୍ଷ ନେଇ ଏହା କରାଯାଇଛି।ଏହା ପୂର୍ବରୁ ୧୦୦ ଟି ଆମ୍ବ ଓ ୫୦ ଟି ପିଜୁଳି ଗଛ ରୋପିତ ହୋଇଥିଲା।
ଏହି ଅଭିଯାନକୁ ଆଗକୁ ବଢ଼ାଇବା ପାଇଁ, ବିଶ୍ୱବିଦ୍ୟାଳୟ ଭବିଷ୍ୟତରେ ହରିଡା, ବାହାଡା, ଅଁଳା, ପଣସ ଓ ଜାମୁ କୋଳି ଗଛ ସହିତ ଅଧିକ ଆମ୍ବ ଓ ନଡିଆ ଗଛ ରୋପଣ କରିବା ଯୋଜନା ରଖିଛି। ଏହି ଉଦ୍ୟମ ତଳେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ପ୍ରାକୃତିକ ଜଙ୍ଗଲ ଗଠନ ପାଇଁ ସାଲ, ସାଗୁଆନ ଓ କରଞ୍ଜ ଗଛ‌କୁ ମଧ୍ୟ ରକ୍ଷା କରାଯିବ।ପ୍ରଫେସର ପଟ୍ଟନାୟକ କହିଛନ୍ତି ଯେ, ଏହି ପ୍ରୟାସ କେବଳ ପରିବେଶିକ ଦାୟିତ୍ୱ ପ୍ରତି ଏକ ପଦକ୍ଷେପ ନୁହେଁ, ବରଂ ଏହା ପ୍ରାକୃତିକ ସମ୍ପଦ ଓ ଅର୍ଥନୈତିକ ସ୍ୱାବଳମ୍ବନ ବିକାଶ କରିଥିବା ଏକ ଦୃଷ୍ଟାନ୍ତ ସ୍ଥାପନ କରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ