Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଲକ୍ଷ୍ମୀପୁର ବିଧାୟକ ଙ୍କ ମହାନତା..ଦୁର୍ଘଟଣା ରେ ଆହତ ଙ୍କୁ ନିଜ ଗାଡ଼ିରେ ଆଣି ଡାକ୍ତର ଖାନା ରେ ଭର୍ତି କଲେ।

ଲକ୍ଷ୍ମୀପୁର ୧୭/୦୭ ..
ଲକ୍ଷ୍ମୀପୁର ଥାନା ବନ୍ଦିକାର ଘାଟି ର ଜାତୀୟ ରାଜପଥ ୩୨୬ ରାସ୍ତା ଉପ ରେ ଜଣେ ମୋଟର ସାଇକେଲ ରେ ପଡି ଗୁରୁତ୍ୱର ଭାବେ ଆହତ ହୋଇ ପଡି ରହିଥିଲେ।ଜାତୀୟ ରାଜପଥ ରେ ଅନେକ ଗାଡି ଦେଖିକି ଚାଲି ଯାଉଥିଲେ କିନ୍ତୁ ସମସ୍ତେ ଦେଖି ଦେଖି ମଧ୍ୟ ଗାଡି ରଖୁ ନଥିଲେ କି ଦୁର୍ଘଟଣା ରେ ଆହତ ଙ୍କୁ ଆଣିବା ସକାଶେ ମଧ୍ୟ ଚେଷ୍ଟା କରିନଥିଲେ। କିଛି ସମୟ ପରେ ସେହି ରାସ୍ତା ଦେଇ ଆସୁଥିବା ବ୍ଲକ କର୍ମଚାରୀ ଆଶିଷ ଗରଡ଼ା ଦୁର୍ଘଟଣା ସ୍ଥଳରୁ ସୋସିଆଲ ମିଡ଼ିଆ ରେ ଫୋଟ ଛାଡ଼ିବା ସହ ବିଧାୟକ ଙ୍କୁ ଫୋନ ରେ ଜଣାଇଥିଲେ।ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତା ଶୁଣିବା ମାତ୍ରେ ତୁରନ୍ତ ଘଟଣା ସ୍ଥଳରେ ପହଂଚି ଆହତ ଙ୍କୁ ସେଠାରେ ନିଜ ଗାଡି ର ଟାୱାଲ ରେ ପୁଛା ପୁଛି କରିବା ପରେ ନିଜ ଗାଡିରେ ଆଣି ଡାକ୍ତର ଖାନା ରେ ପହଞ୍ଚାଇ ଥିଲେ। ପରେ ଗୁରୁତ୍ୱ ର ଆହତ ଜଣକ ତୋୟାପୁଟ ଗ୍ରାମପଞ୍ଚାୟତ ଅଧିନସ୍ତ ଉସକାବେଟା ଗାଁ ର ଅକ୍ଷୟ ହିକକା ବୋଲି ପରିଚୟ ଜଣା ପଡିବା ପରେ ବିଧାୟକ ଫୋନ ରେ ଜଣାଇ ତାଙ୍କ ବାପା ଙ୍କୁ ଡକାଇଥିଲେ। ଡାକ୍ତରଖାନା ରେ ପ୍ରାୟ ଦେଢ଼ ଘଣ୍ଟା ରହି ଗୁରୁତ୍ୱର ଅକ୍ଷୟ ଙ୍କୁ ଆମ୍ବୁଲାନ୍ସ ଯୋଗେ କୋରାପୁଟ ଡାକ୍ତରଖାନା କୁ ପଠାଇବା ବ୍ୟବସ୍ଥା କରିଥିଲେ।ବିଧାୟକ ଙ୍କ ଏପରି ମହତ କାର୍ଯ୍ୟ କୁ ସାଧରଣ ରେ ପ୍ରଶଂସା କରାଯାଇଛି। ଖବର ପାଇ ଆଇଆଇସି ସୁଜ୍ଞାନୀ ସାହୁ,  ଏସ ଆଇ ମାନସ ପ୍ରଧାନ, ଏ ଏସ ଆଇ ପ୍ରତାପ ଚନ୍ଦ୍ର ଦଣ୍ଡ ସେନା ପହଂଚି ଦୁର୍ଘଟଣା ସମ୍ପର୍କ ରେ ବୁଝିଥିଲେ।ଗୁରୁତ୍ୱ ର ଅକ୍ଷୟ ଗତ ତିନି ଦିନ ତଳେ ବିଶାଖାପାଟଣା ରୁ ଫେରିଥିଲା, ସେଠାରେ ସେ ଡ୍ରାଇଭର ଭାବେ କାମ କରୁଥିଲା ବୋଲି ପରିବାର ଲୋକେ କହିଛନ୍ତି।ଅକ୍ଷୟ ଙ୍କ ବେକ ଓ ଛାତି ରୋଡ଼ ସାଇଡ ର ଲୁହା ବାରିକେଟ ବାଜି କଟି ଯାଇଥିବା ବେଳେ ଚିକତ୍ସା କରୁଥିବା ଡାକ୍ତର ଗୁରୁତ୍ୱର ଥିବା ପ୍ରକାଶ କରିଛନ୍ତି। ଖବର ପାଇ ପୂର୍ବତନ ସାଂସଦ ଝିନ ହିକକା ପହଂଚି ସମ୍ପକୀୟ ଙ୍କ ସହ ଆଲୋଚନା କରି ବଡ଼ ଡାକ୍ତରଖାନା କୁ ନେବାକୁ କହିଥିଲେ।