Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୌମ୍ୟାଶ୍ରୀଙ୍କୁ ଫେବର ମାଗିଥିବା ଏଚ୍‌ଓଡି ସମୀର ସାହୁଙ୍କ ବିଷୟରେ ବଡ଼ ଖୁଲାସା କରିଛନ୍ତି କଲେଜର ଅଧ୍ୟାପିକା

ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟ ଏବେ ହୁଲୁସ୍ତୁଲ। ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଗୋଟିଏ ପଟେ ବିଜେଡି ଆନ୍ଦୋଳନ କରୁଥିବାବେଳେ କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇ ଆନ୍ଦୋଳନକୁ ଜୋରଦାର କରିଛି। ବିରୋଧୀଙ୍କୁ ପ୍ରଶ୍ନବାଣରେ ଘାଇଲା ହେଲେଣି ସରକାର। ସେପଟେ ସୋମ୍ୟାଶ୍ରୀଙ୍କ କଲେଜରୁ ଗୁମର ଫିଟିବାରେ ଲାଗିଛି।

ଏହି ସମୟରେ ସୌମ୍ୟାଶ୍ରୀଙ୍କୁ ଫେବର ମାଗିଥିବା ଏଚ୍‌ଓଡି ସମୀର ସାହୁଙ୍କ ବିଷୟରେ ବଡ଼ ଖୁଲାସା କରିଛନ୍ତି କଲେଜର ଅଧ୍ୟାପିକା। ସେ କହିଛନ୍ତି ସମୀର ସାର୍‌ଙ୍କର ଭଲ ବ୍ୟବହାର ନ ଥିଲା। ପିଲାମାନଙ୍କୁ ଭଲ ବ୍ୟବହାର ଦେଖାନ୍ତିନି। ଯାହା ଦ୍ୱାରା ପିଲାମାନେ ପ୍ରଭାବିତ ହୋଉଛନ୍ତି। ବିଶେଷ କରି ସୋମ୍ୟାଶ୍ରୀ ବହୁତ ପ୍ରଭାବିତ ହୋଇଥିଲା। ୨ଟା କେସ୍‌ରେ ସେ ଅଭିଯୋଗ କରିଥିଲେ। ପ୍ରଥମ ହେଉଛି ମାନସିକ ନିର୍ଯାତନା ଆଉ ଗୋଟିଏ ଫେବର ମାଗିବା। ଯାହାକୁ ନେଇ ଆମେ ଇନକ୍ୱାରୀ କରିଥିଲୁ। କ୍ଲାସ୍‌ ଭିତରକୁ ୪ ମିନିଟ୍‌ ବିଳମ୍ବରେ ଆସିଥିଲେ ସୌମ୍ୟାଶ୍ରୀ, ହେଲେ ସମୀର ସାର୍‌ ତାଙ୍କୁ ୪୫ ମିନିଟ୍‌ ବାହାରେ ଛିଡା କରିଦେଇଥିଲେ। ନିଶ୍ଚିତ ଭାବରେ ସୋମ୍ୟାଶ୍ରୀଙ୍କୁ ଖରାପ ଲାଗିଥିଲା। ପରୀକ୍ଷା ବି ଦେବାକୁ ଦିଆଗଲା ନାହିଁ। ଏନେଇ ପ୍ରିନ୍ସପାଲଙ୍କୁ ଜଣାଇଥିଲେ ସୌମ୍ୟାଶ୍ରୀ। ପ୍ରିନ୍ସପାଲ ସାଙ୍ଗେ ସାଙ୍ଗେ କମିଟି କରିଥିଲେ। ଇନକ୍ୱାରୀ ପାଇଁ କହିଥିଲେ। ଆମେ ଇନକ୍ୱାରୀ କରିଥିଲୁ। ମୁଁ ପ୍ରିନ୍ସପାଲଙ୍କୁ କହିଥିଲି ସମାଧାନ କରିଦିଅନ୍ତୁ। ହେଲେ ପ୍ରିନ୍ସପାଲ ହଁ କରିକି ଗୁରୁତ୍ୱ ଦେଇନାହାନ୍ତି।