Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପ୍ରବଳ ବର୍ଷା ରେ ଜାତୀୟ ରାଜପଥ ଉପରେ ଡ୍ରେନ ର ନର୍ଦମା…ବର୍ଷ ବର୍ଷ ହେଲା ସଫା ହୋଇନାହିଁ ଡ୍ରେନ

ଲକ୍ଷ୍ମୀପୁର ୧୮/୦୭ ଲକ୍ଷ୍ମୀପୁର ବ୍ଲକରେ ଗୁରୁବାର ରାତିରେ ଦୁଇ ଘଣ୍ଟା ଧରି ହୋଇଥିବା ମୂଶଳ ଧାରା ର ବର୍ଷାରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି।ପୁରୁଣା ବଜାରଠୁ ଆରମ୍ଭ କରି ଘୋଡା ବନ୍ଧ ଯାଏଁ ଦୁଇ କିଲୋମିଟର ରାସ୍ତା ସାରା ପାଣିରେ ଭାସି ଆସିଥିବା ଅଳିଆ ଆବର୍ଜନା ପଡି ରହିଥିବା ଦେଖିବାକୁ ମିଳିଥିଲା।  ଶିକ୍ଷକ ବୁଧ ଦେବ ଗରଡ଼ା ରହୁଥିବା ଭଡା ଘର  ଭିତରେ ପାଣି ପଶି ଅନେକ ଜିନିଷ ନଷ୍ଟ ହୋଇଥିବା ଦେଖିବାକୁ ମିଳିଥିଲା। ଜଗନ୍ନାଥ ମନ୍ଦିର ସମୁଖ  ଜାତୀୟ ରାଜପଥ ଉପରେ ୟୁପି ସ୍କୁଲ ରାସ୍ତା ରୁ ଧୋଇ ହୋଇଯାଇଥିବା ମାଟି ଗୋଡି ବର୍ଷା ପାଣିରେ ଭାସି ଆସି ଜମା ହୋଇ ପଡି ରହିଥିଲା।ସ୍ଥାନୀୟ ବଜାର, ସାଙ୍ଗନା ହାଇସ୍କୁଲ ସମ୍ମୁଖରେ ମଧ୍ୟ ଏକ ସ୍ତିତି।ବର୍ଷା ହେଲେ ଏଇ ଭଳି ସମସ୍ୟା ଉପୁଜୁଥିଲେ ମଧ୍ୟ ପ୍ରଶାସନ ର ନଜରକୁ ଆସୁନି।ଅଧିକାଂଶ ସ୍ଥାନରେ ଥିବା ଡ୍ରେନ ଗୁଡିକ ଦୀର୍ଘ ଦିନ ହେଲା ସଫା ହୋଇନଥିବା କାରଣରୁ ପୋତି ହୋଇ ରହିଥିବା ବେଳେ ବର୍ଷା ପାଣି ନିଷ୍କାସିତ ହୋଇ ନପାରି ରାସ୍ତା ଉପରକୁ ଚାଲି ଆସି ଏଇଭଳି ସମସ୍ୟା ଦେଖା ଦେଇଛି।ରାଜପଥ ବିଭାଗ ତରଫରୁ ଡ୍ରେନ ଗୁଡିକ ଦିନେହେଲେ  ସଫା କରାଯାଉନି। ଏପରିକି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରା ଯାଉଥିଲେବି ସମସ୍ୟାର ସମାଧାନ ହେଇ ପାରୁନି। ଜାତୀୟ ରାଜପଥ ର ଡ୍ରେନ ଗୁଡିକ ଏଆରଏସଏସ ନାମକ ଏକ କମ୍ପାନୀ ଡ୍ରେନ କାମ କରିଥିବା ବେଳେ ଡ୍ରେନ ସଫା ସୁତୁରା ଓ ମେଣ୍ଟେନେନ୍ସ (ରକ୍ଷଣା ବେକ୍ଷଣା)ର ଦାୟିତ୍ୱ ଅବଧି ସରିନଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଙ୍କ ତାଗିଦ ନଥିବା କାରଣରୁ ସମ୍ପୃକ୍ତ କମ୍ପାନୀ ବେଖାତିର ଭାବେ ଚୁପ ଚାପ ରହିଯାଇଛି।ରାସ୍ତା ଉପରେ ଓଳିଆ ଆବର୍ଜନା ରହିଥିବା ଜାଣି  ଜାତୀୟ ରାଜପଥ କୁ ଗ୍ରାମପଞ୍ଚାୟତ ତରଫରୁ ଜେସିବି ମେସିନ ଲଗାଇ ସଫା କରାଯାଇଥିଲା।