Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ୍ରୋନିକ୍ ଭେନସ୍ ଇନସଫିସିଅନ୍ସି” (CVI) ରୋଗରେ ପୀଡ଼ିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଫୁଲି ଯାଇଛି ଗୋଡ, ହାତରେ ଚିହ୍ନ… ଡୋନାଲ୍ଡ ଟ୍ରମ୍ପଙ୍କ ଭାଇରାଲ୍ ଫଟୋରୁ ଚିନ୍ତାଜନକ ଅନୁମାନ। ରୋଗରେ ଯୁଝୁଛନ୍ତି ଆମେରିକା ରାଷ୍ଟ୍ରପତି। ବିଶ୍ୱବ୍ୟାପୀ ଚର୍ଚ୍ଚା ପରେ ସ୍ପଷ୍ଟୀକରଣ ଦେଲା ହ୍ଵାଇଟ ହାଉସ୍। କ୍ରୋନିକ ଭେନସ୍ ଇନସଫିସିଏନ୍ସିରେ ପୀଡିତ ୭୯ ବର୍ଷୀୟ ଟ୍ରମ୍ପ। ପ୍ରେସ୍ ବିବୃତ୍ତି ଜାରି କରି ଟ୍ରମ୍ପଙ୍କ ସ୍ଵାସ୍ଥ୍ୟାବସ୍ଥା ବିଷୟରେ ସୂଚନା ଦେଲେ ହ୍ୱାଇଟ୍ ହାଉସ୍ ପ୍ରେସ୍ ସଚିବ କ୍ୟାରୋଲିନ ଲେଭିଟ୍।
.
ତେବେ ଟ୍ରମ୍ପଙ୍କୁ ନେଇ ଏଭଳି ଖବର ସାମ୍ନାକୁ ଆସିବା ପରେ ଜୋର୍ ଧରିଛି ଚର୍ଚ୍ଚା। କ’ଣ ଏହି କ୍ରୋନିକ ଭେନସ୍ ଇନସଫିସିଏନ୍ସି ରୋଗ ?

ଲେଭିଟ୍ କହିଛନ୍ତି, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଦ ଫୁଲିବା ପରେ ତାଙ୍କର ଚେକଅପ୍ କରାଯାଇଥିଲା। ଏହି ସମୟରେ “କ୍ରୋନିକ୍ ଭେନସ୍ ଇନସଫିସିଅନ୍ସି” (CVI) ରୋଗରେ ଟ୍ରମ୍ପ ପୀଡ଼ିତ ଥିବା ଜଣାପଡ଼ିଥିଲା। ଏହା ପ୍ରାୟତଃ ୭୦ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କଙ୍କୁ ହୋଇଥାଏ। ବୟସ ବଢିଗଲେ ପାଦରୁ ହାର୍ଟକୁ ରକ୍ତ ସଂଚାଳନ ହେବାରେ ସମସ୍ୟା ହୁଏ। ଫଳରେ ଗୋଡରେ ରକ୍ତ ଜମା ହୋଇଯାଏ। ଯନ୍ତ୍ରଣା ଅନୁଭବ ହୁଏ। ତ୍ଵଚାରେ ପରିବର୍ତ୍ତନ ଦେଖାଦିଏ। ତେବେ ଚିନ୍ତା କଲା ଭଳି ଗୁରୁତର ଲକ୍ଷଣ ନାହିଁ। ଏହି ରୋଗ ବ୍ୟତୀତ ରାଷ୍ଟ୍ରପତିଙ୍କର ଅନ୍ୟ କୌଣସି ସମସ୍ୟା ନାହିଁ। ସେହିପରି ହାତରେ ଥିବା ଚିହ୍ନକୁ ନେଇ ଲେଭିଟ୍ କହିଛନ୍ତି, ଲଗାତର ହାତ ମିଶେଇବା ଏବଂ ଆସ୍ପିରିନ୍ର ବ୍ୟବହାର ଯୋଗୁଁ ହାତର ଟିସୁ ଉପରେ ପ୍ରଭାବ ପଡ଼େ। ଟ୍ରମ୍ପ କାର୍ଡିଓଭାସ୍କୁଲାର ରୋଗରୁ ବର୍ତ୍ତିବାକୁ ଆସ୍ପିରିନ୍ର ବ୍ୟବହାର କରୁଛନ୍ତି।

ଏହି ରୋଗର ପ୍ରାରମ୍ଭିକ ଲକ୍ଷଣ ଗୁଡ଼ିକ ହେଉଛି, ଗୋଡ଼ ଫୁଲିବା, ଥକ୍କା ଲାଗିବ, ଚର୍ମ କୁଣ୍ଡେଇ ହେବା, ଝିମ୍ଝିମ୍ ଲାଗିବା, ଚର୍ମର ରଙ୍ଗ ବଦଳିବା, ଗୋଡରେ ଘା’ ହେବା। ଯଦି ସମୟ ମଧ୍ୟରେ ଏହାର ଚିକିତ୍ସା କରାନଯାଏ ତାହେଲେ ଏହି ରୋଗ ଅଧିକ ଯନ୍ତ୍ରଣାଦାୟକ ହେବ। ଦୀର୍ଘ ସମୟ ଯାଏଁ ଠିଆ ହେଲେ କିମ୍ଵା ବସିଲେ, ମୋଟାପଣ, ଗର୍ଭାବସ୍ଥା, ଆନୁବଂଶିକ କାରଣ, ଧୂମପାନ, କାମ ନକରିବା ଏବଂ ବଂଶାନୁକ୍ରମିକ ଯୋଗୁଁ CVI ରୋଗ ହୋଇଥାଏ। ଉପଯୁକ୍ତ ଚିକିତ୍ସା ଏବଂ ଲାଇଫ୍ଷ୍ଟାଇଲ୍ରେ ପରିବର୍ତ୍ତନ କରି ଜରିଆରେ ଏହି ରୋଗର ଉପଶମ କରାଯାଇ ପାରିବ। ନିୟମିତ ୱାକ୍ କଲେ, ପାଦକୁ ତଳକୁ ନଝୁଲାଇ ଉଚ୍ଚା ଜାଗାରେ ରଖିଲେ, ଓଜନ ନିୟନ୍ତ୍ରଣ କଲେ ଏହି ରୋଗକୁ କଣ୍ଟ୍ରୋଲ କରାଯାଇ ପାରିବ।