Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନ୍ୟାୟ ପାଇଁ ଥାନା ସମ୍ମୁଖରେ ଧାରଣାରେ ନା ବାଳିକା ପରିବାର l

ଅସ୍ତରଙ୍ଗ,,ଗତ ୧୦ ତାରିଖରେ ଅସ୍ତରଙ୍ଗ ବ୍ଲକ ଅଧୀନ ଏକ ଗ୍ରାମରୁ ଜନୈକ ନାବାଳିକା ଜଣଙ୍କ ପାଠ ପଢିବା ପାଇଁ ନିକଟ ବିଦ୍ୟାଳୟକୁ ଆସୁଥିବା ସମୟରେ ଅସ୍ତରଙ୍ଗ ଥାନା ର ଅନତି ଦୂର ତଥା ଅସ୍ତରଙ୍ଗ ପାର୍କ ରାସ୍ତାରେ ୨ ଜଣ ଦୁର୍ବୃତ୍ତ ମାସ୍କ ଲଗାଇ ଏକ କଳା ପଲ୍ସରରେ ଆସି ବିଦ୍ୟାଳୟ କୁ ଆସୁଥିବା ନାବାଳିକାଙ୍କୁ ଆକ୍ରମଣ କରିଥିଲେ। ଏ ନେଇ ନାବାଳିକା ତରଫରୁ ଥାନାରେ ଏତଲା ହୋଇଥିଲା। ମାତ୍ର ଘଟଣାକୁ ୧୦ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଥିବାରୁ ନାବାଳିକା ଜଣକ ଅସୁରକ୍ଷିତ ଦର୍ଶାଇ ନାବାଳିକା ଓ ତାଙ୍କ ପରିବାରର ଅନ୍ୟ ସଦସ୍ୟା ଆଜି ଅସ୍ତରଙ୍ଗ ଥାନାକୁ ଆସି ନ୍ୟାୟ ପାଇଁ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ।ନାବାଳିକାଙ୍କ ମା ‘ ଙ୍କ ଅଭିଯୋଗ ମୁତାବକ ପୂର୍ବ ପାରିବାରିକ ଶତ୍ରୁତାରୁ ଝିଅର ଦାଦା ଏହିଭଳି କରିଥାଇ ପାରନ୍ତି। ପୂର୍ବରୁ ତାଙ୍କ ଦାଦାଙ୍କ ନାମରେ ମଧ୍ୟ ଅଭିଯୋଗ ହୋଇଥିବା ସେ କହିଛନ୍ତି। ଅସ୍ତରଙ୍ଗ ଥାନା ଅଧିକାରୀ ରାଜେଶ ବଳିୟାର ସିଂ କୁହନ୍ତି ଏ ସଂକ୍ରାନ୍ତରେ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରହିଛି।