Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡାକ୍ତର ହେବାକୁ ଇଚ୍ଛା ରଖିଛନ୍ତି ସମିଧ ମିଶ୍ର

ତରଭା: ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ୯୭.୬ ପ୍ରତିଶତ ମାର୍କ ରଖି ତରଭା ଜବାହର ନବୋଦୟ ବିଦ୍ୟାଳୟ ତଥା ସୁବର୍ଣ୍ଣପୁର ଜିଲ୍ଲାରେ ଟପ୍ପର ହୋଇଥିବା ସମିଧ ମିଶ୍ର ଭବିଷ୍ୟତରେ ଡାକ୍ତର ହୋଇ ଗରିବଙ୍କ ସେବା କରିବାକୁ ଇଛା ପ୍ରକାଶ କରିଛନ୍ତି।ପିଲାଟି ଦିନରୁ ମେଧାବୀ ସମିଧଙ୍କ ପିତା ସୁରେଶ କୁମାର ମିଶ୍ର ଜେଏନଭି ତରଭାରେ ବିଜ୍ଞାନ ଶିକ୍ଷକ ଭାବେ ଶିକ୍ଷାଦାନ କରୁଥିବା ବେଳେ ମାତା ଅନିମା ମିଶ୍ର ଜଣେ ଗୃହିଣୀ।ସମିଧଙ୍କ ସଫଳତାରେ ବିଦ୍ୟାଳୟର ଅଧ୍ୟକ୍ଷ ଜୟରାମ ନାଏକଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,କର୍ମଚାରୀ ଓ ଛାତ୍ରଛାତ୍ରୀ ଆନନ୍ଦ ପ୍ରକାଶ କରିଛନ୍ତି।ସମିଧ ଏହି ସଫଳତାର ଶ୍ରେୟ ପିତା ମାତା ଓ ଗୁରୁଜନଙ୍କୁ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ