Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୩୭ ଦିନ ପରେ ଫେରିବାକୁ ଯାଉଛି ବ୍ରିଟିଶ ନୌସେନାର F-35B ଲଢ଼ୁଆ ବିମାନ

ନୂଆଦିଲ୍ଲୀ: କେରଳର ତିରୁବନନ୍ତପୁରମ ବିମାନବନ୍ଦରରେ ଗତ ପାଞ୍ଚ ସପ୍ତାହ ଧରି ପାର୍କିଂ ହୋଇଥିବା ବ୍ରିଟିଶ ରୟାଲ ନୌସେନାର F-35B ଲଢ଼ୁଆ ବିମାନ ଶେଷରେ ଉଡ଼ାଣ ଭରିବ। ହାଇଡ୍ରୋଲିକ୍ ସିଷ୍ଟମରେ ତ୍ରୁଟି ଯୋଗୁଁ ଏହି ଜେଟ୍‌କୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା, କିନ୍ତୁ ବର୍ତ୍ତମାନ ତ୍ରୁଟି ସମାଧାନ କରାଯାଇଛି।

ମଙ୍ଗଳବାର ଦିନ ଉଡ଼ାଣ ପାଇଁ ଚୂଡ଼ାନ୍ତ ଅନୁମୋଦନ ମଧ୍ୟ ମିଳିଛି। ଏହି ଲଢ଼ୁଆ ବିମାନକୁ ମରାମତି କରିବା ପାଇଁ ବ୍ରିଟିଶ ଏବଂ ସ୍ଥାନୀୟ କାରିଗରୀମାନେ ଦିନରାତି ପରିଶ୍ରମ କରିଥିଲେ। ଏବେ ଏହାର ମିଶନ ପୁନଃ ଆରମ୍ଭ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ