Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କିଟକୁ UGC ର କାରଣ ଦର୍ଶାଅ ନୋଟିସ ଜାରି

ଭୁବନେଶ୍ବର: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ଦ୍ୱାରା ଗଠିତ ତଥ୍ୟ ଅନୁସନ୍ଧାନ କମିଟି ଏହି ବର୍ଷ ଆରମ୍ଭରେ ଦୁଇ ଜଣ ଷ୍ଟୁଡେଣ୍ଟଙ୍କ ଆତ୍ମହତ୍ୟା ପାଇଁ KIIT ଡିମ୍ଡ ଟୁ ବି ୟୁନିଭରସିଟି, ଭୁବନେଶ୍ୱରକୁ ଦାୟୀ କରିଛି।

ସେମାନଙ୍କ କହିବାନୁଯାୟୀ, “ବିଶ୍ୱବିଦ୍ୟାଳୟର ଅବହେଳା ଏବଂ କାର୍ଯ୍ୟକଳାପ” ଜଣଙ୍କ ମୃତ୍ୟୁର କାରଣ ହୋଇଥିଲା ଏବଂ ପ୍ରଶାସନର କାର୍ଯ୍ୟ “ଅପରାଧୀକ ଦାୟିତ୍ୱ ସହିତ ସମାନ”। ଏହାସହିତ ପକ୍ଷରୁ ସୋମବାର ବିଶ୍ୱବିଦ୍ୟାଳୟକୁ ଏକ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରାଯାଇଥିଲା।

“ବିଶ୍ୱବିଦ୍ୟାଳୟକୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ଏବଂ ଜବାବ ଦେବାକୁ ସାତ ଦିନ ସମୟ ଦିଆଯାଇଛି। ଉତ୍ତର ନରଖିଲେ ୟୁଜିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସମେତ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହୋଇପାରେ ବୋଲି ଅଧିକାରୀ କହିଛନ୍ତି।