Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଲକ୍ଷ୍ମୀପୁର ମହାବିଦ୍ୟାଳୟ ରେ ବୃକ୍ଷରୋପଣ

ମହାବିଦ୍ୟାଳୟ ରେ ବୃକ୍ଷରୋପଣ
ଲକ୍ଷ୍ମୀପୁର ୨୨/୦୭ …ଲକ୍ଷ୍ମୀପୂର ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ ଆନୁକୁଲ୍ୟରେ ବନମହୋତ୍ସବ ୨୦୨୫ ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ  ବିଜୁ ମୁଦୁଲିଙ୍କ ଦ୍ଵାରା ଚାରା ରୋପଣ କାର୍ଯକ୍ରମ ଆରମ୍ଭ ହୋଇଯାଇଛି ।ବନ ବିଭାଗ ଓ ସତ୍ୟସାଇ ସଂଗଠନ ଲକ୍ଷ୍ମୀପୁର ଏବଂ  ଯୁକ୍ତ ଦୁଇ ଓ ଯୁକ୍ତ ତିନି ବିଭାଗର ଯୁବ ରେଡକ୍ରସ ୟୁନିଟ୍ ଦ୍ୱାରା ଅନୁଷ୍ଠିତ କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ  ଯୁକ୍ତ ଦୁଇ ଅଧ୍ୟକ୍ଷ ଗିରିଜା କୁମାର ଚୌଧୁରୀ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ। ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ ଅନୁଯାୟୀ , ଜାତୀୟ ସେବା ଯୋଜନା ଦ୍ଵାରା ଆୟୋଜିତ ଏହି କାର୍ଯକ୍ରମ ରେ ଚଳିତ ବର୍ଷ ୨୫୦ ରୁ ଉର୍ଦ୍ଧ ଚାରା ରୋପଣ କରାଯିବା ସକାଶେ ଲକ୍ଷ ରଖାଯାଇଛି। କାର୍ଯକ୍ରମଟିକୁ ଜାତୀୟ ସେବା ଯୋଜନା ଅଧୀକାରୀ  ଦୁର୍ଯୋଧନ ସାହୁ, ଯୁକ୍ତ ଦୁଇ ରେଡକ୍ରସ କାଉନସିଲର ଯଶୋବନ୍ତ ଗରଡ଼ା ଏବଂ ଯୁକ୍ତ ତିନି ରେଡକ୍ରସ୍ କାଉନସିଲର  ସନ୍ତୋଷିନୀ ଦାସ ଏଥିରେ ସହଯୋଗ କରିଥିଲେ।ମହାବିଦ୍ୟାୟର ଅଧ୍ୟାପକ ଶୀତଳ ପ୍ରସାଦ ଦାସ, ଵବଲୁ ବେନ୍ୟା, ରମାକାନ୍ତ ଖରା , ଏଙ୍କେସର ଖରା ଓ ଅଧ୍ୟାପିକା ମହିମା ରାଣୀ ରାଜୁ , ଜୟଶ୍ରୀ କରସୁଧା ପଟ୍ଟନାୟକ, ସଙ୍ଗୀତା ନାଗ, ଅଙ୍କିତା ୱାଡେକା ଏବଂ ସମସ୍ତ ଛାତ୍ରଛାତ୍ରୀ ଗଛ ଲଗାଇବା ରେ ଯୋଗଦେଇଥିଲେ।ଏହି କାର୍ଯକ୍ରମଟି “ଏକ ବୃକ୍ଷ ମାଙ୍କ ପାଇଁ”  ଉତ୍ସଗୀକୃତ କରାଯାଇଛି।