ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ । ରାଜ୍ୟ ସରକାର ପୁଣି ଥରେ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ ପୁଣି ଥରେ କରିଛନ୍ତି । ପୁରୀ ଜିଲ୍ଲାପାଳ ଥିବା ଚଞ୍ଚଳ ରାଣାଙ୍କୁ ଏଥର ବିଏମସି କମିସନର ଦାୟିତ୍ବ ପ୍ରଦାନ କରିଛନ୍ତି । ଚଳିତ ରଥଯାତ୍ରାରେ ଦଳା ଚକଟା ହେବା ପରେ, ସରକାର ଚଞ୍ଚଳକୁ ଖୋର୍ଦ୍ଦା ଜିଲ୍ଲାପାଳ ଦାୟିତ୍ବରୁ ମୁକ୍ତ କରି ତୁରନ୍ତ ପୁରୀ ଜିଲ୍ଲାପାଳ ଦାୟିତ୍ବ ଦେଇଥିଲେ ।
ରଥଯାତ୍ରା ସୁରୁଖୁରରେ ସରିବା ପରେ ତାଙ୍କୁ ଗୁରୁ ଦାୟିତ୍ବ ପ୍ରଦାନ କରିଛନ୍ତି ସରକାର । ଭୁବନେଶ୍ବର ମହାନଗର ନିଗମର କମିସନର ଦାୟିତ୍ବ ସେ ଏଣିକି ତୁଲାଇବେ । ରାଜେଶ ପ୍ରଭାକର ପାଟିଲ ଏବେ ଏହି ଦାୟିତ୍ବରେ ଅଛନ୍ତି ।
ସେହିପରି ବରିଷ୍ଠ ଆଇଏଏସ ଅଫିସର ରୂପା ରୋସନ ସାହୁ ରାଜ୍ୟପାଳଙ୍କ ସଚିବ ପ୍ରଦାନ କରାଯାଇଛି । ସେହିପରି ଅମ୍ରିତ ଋତୁରାଜ ଖୋର୍ଦ୍ଦା ଜିଲ୍ଲାପାଳ ହୋଇଛନ୍ତି । ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ପୁରୀ ଜିଲ୍ଲାପାଳ ଦାୟିତ୍ବ ପ୍ରଦାନ କରାଯାଇଛି । ଏବେ ନଜର ପକାଇବା ଅନ୍ୟ ବିଭାଗର ଅଦଳ ବଦଳ ଉପରେ ।
ସଚିନ ରାମଚନ୍ଦ୍ର ଯାଦବ – କ୍ରୀଡ଼ା ଓ ଯୁବ ସେବା ବ୍ୟାପର ସଚିବ
ଭୂପେନ୍ଦ୍ର ସିଂ ପୁନିଆଁ – ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ
ଗୁହା ପୁନମ୍ ତାପସ କୁମାର – କେନ୍ଦ୍ରାଞ୍ଚଳ ଆରଡିସି, ଅତିରିକ୍ତ ଦାୟିତ୍ବ
ସଞ୍ଜୀବ କୁମାର ମିଶ୍ର- ଅର୍ଥ ବିଭାଗ, ପ୍ରମୁଖ ସଚିବ
ହେମନ୍ତ ଶର୍ମା- ଲୋକ ସଂପର୍କ ବିଭାଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦାୟିତ୍ବ
ଭାସ୍କର ଜ୍ୟୋତି ଶର୍ମା- ଅବକାରୀ ବିଭାଗ, ପ୍ରମୁଖ ଶାସନ ସଚିବ
ସଂଗ୍ରାମ କେଶରୀ ମହାପାତ୍ର- ଦକ୍ଷିଣାଞ୍ଚଳ ଆରଡିସି
ବିଜୟ କୁମାର ଦାସ- ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ସଚିବ