ବିଳମ୍ବିତ ରାତ୍ରରେ ଅଗ୍ନି କାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ l


ଅସ୍ତରଙ୍ଗ୨୬/୭,,ଅସ୍ତରଙ୍ଗ ବ୍ଲକ ଶିଶୁଅ ପଞ୍ଚାୟତ ଉଦୟକଣୀ ଗ୍ରାମ ୫ ନମ୍ବର ୱାର୍ଡ ରେ ବିଳମ୍ବିତ ରାତ୍ର ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା l ସେହି ଗ୍ରାମ ର କପିଳା କାଣ୍ଡି ତାଙ୍କ ପରିବାର ସହବାସ କରୁଥିବା ବେଳେ ସେ ଜଣେ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ପରିବାର ଭରଣ ପୋଷଣ କରନ୍ତି l ବଢନ୍ତା ଝିଅର ର ବିଭାଘର ପାଇଁ ଅଳଙ୍କାର, ଲୁଗା, କିଛି ଟଙ୍କା ଏକ ବାକ୍ସ ରେ ରଖିଥିଲେ,ମାତ୍ରଶୁକ୍ରବାର ବିଳମ୍ବିତ ରାତ୍ର ରେ ହଠାତ ଜଳିବାକୁ ଲାଗିଥିଲା ତାଙ୍କ ର ୩ ବଖରା ଝାଟି ମାଟି ଚାଳ ଛପର ଘର l ଅଗ୍ନିକାଣ୍ଡ ର ପ୍ରକୋପ ଏତେ ଭୟଙ୍କର ଥିଲା, ସେ ତାଙ୍କ ପରିବାର ସହିତ ନିଜ ଜୀବନ ବଞ୍ଚେଇ ବାକୁ ବାହାରକୁ ପଳେଇ ଆସିଥିଲେ l ସ୍ଥାନୀୟ ଲୋକ ଏହି ଘଟଣା କୁ ଦେଖି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ କରିଥିଲେ ମଧ୍ୟ,ଅଗ୍ନି ର ପ୍ରଭାବ ଏତେ ଭୟଙ୍କର ଥିଲା, ଜେ ଯେଉଁ ଅଗ୍ନିକାଣ୍ଡ ର କାରଣ ଏବେ ଅସ୍ପଷ୍ଟ ରହିଛି l ସଙ୍ଗେ ସଙ୍ଗେ ନିକଟସ୍ଥ କୋଣାର୍କ ଦମକଳ କେନ୍ଦ୍ର କୁ ଯୋଗାଯୋଗ କରିଥିଲେ, ହେଲେ ଦମକଳ ପହଞ୍ଚିଲା ବେଳକୁ କପିଳା ଙ୍କର ସବୁ ଜଳି ପୋଡି ପାଉଁଶ ହୋଇ ଯାଇଥିଲା l ଏହି ଘରେ ଖଟ, ପଲଙ୍କ, ଆସବାବ ପତ୍ର, ଘରୋଇ ବ୍ୟବହୃତ ଦ୍ରବ୍ୟ, ଝିଅ ବାହାଘର ପାଇଁ ବାକ୍ସ ରେ ଥିବା ଗହଣା, ଲୁଗାପଟା, ପଇସା, କିଛି କାଗଜପତ୍ର, ଏକ ସ୍କୁଟି ଓ ସାଇକେଲ ମଧ୍ୟ ଜଳି ପୋଡି ନଷ୍ଟ ହୋଇଯାଇଛି l ଏ ବାବଦରେ ଅସ୍ତରଙ୍ଗ ତହସିଲ ପକ୍ଷରୁ ସ୍ଥାନୀୟ ରାଜ୍ୱସ ନିରୀକ୍ଷକ ସ୍ଥିତି ଅନୁଧ୍ୟାନ କରିବା ପରେ ଅସ୍ତରଙ୍ଗ ତହସିଲଦାର ଙ୍କ ତରଫରୁ ପଲିଥିନ ଯୋଗାଇ ଦିଆଯାଇଛି l ଆଗକୁ ତଦନ୍ତ ରିପୋର୍ଟ ଆସିବା ପରେ ସରକାରୀ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ଅତିରିକ୍ତ ତହସିଲଦାର ପ୍ରଭୁ ପ୍ରସାଦ ପଣ୍ଡା ସୂଚନା ଦେଇଛନ୍ତି l ଏହି ଗରିବ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସ୍ଥାନୀୟ ବାସିନ୍ଦା ଦାବୀ କରିଛନ୍ତି l