Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଂସରା ଆଶ୍ରମ ଠାରେ ବାପଛେଉଣ୍ଡ ଅସହାୟ ଶିଶୁ ଙ୍କ ପାଇଁ ଶିକ୍ଷା କର୍ମଶାଳା: ଆତ୍ମବିଶ୍ୱାସ ବଢିଲେ ଗଢ଼ିହୁଏ ଭବିଷ୍ୟତ

ସମ୍ବଲପୁର:ରବିବାର ଦିନ ବର ଗାଁ ପଂଚାୟତ ଅଧିନସ୍ଥ ବଂସରା କଲ୍ୟାଣ ଆଶ୍ରମ ଠାରେ ବାପଛେଉଣ୍ଡ ଶିଶୁ ଓ ମା ମାନଙ୍କ ପାଇଁ ତୃତୀୟ ମାସ ର ଶିକ୍ଷା କର୍ମଶାଳା ଅନୁଷ୍ଟିତ ହୋଇଯାଇଛି।ଏହି ଶିକ୍ଷା କର୍ମଶାଳା ରେ ପିଲାଙ୍କ ଆତ୍ମବିଶ୍ଵାସ ବୃଦ୍ଧି ସହିତ ନିଜର ଭବିଷ୍ୟତ ଗଠନ ପାଇଁ ଜୀବନ ଶୈଳୀ ଉପରେ ଶିକ୍ଷା ଦାନ କରାଯାଇଥିଲା।ପ୍ରଫେସର ସଚିନ୍ଦ୍ର କୁମାର ମିଶ୍ର ଓ ଶିକ୍ଷାବିତ ରାଜେନ୍ଦ୍ର ପଣ୍ଡା ପ୍ରଶିକ୍ଷକ ଭାବେ ପିଲାଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି ଓ ଦକ୍ଷତା ବୃଦ୍ଧି ପାଇଁ ଶୁଣିବା, କହିବା, ପଢିବା ଓ ଲେଖିବା ଶୈଳୀ ଉପରେ ଆଲୋକପାତ କରିଥିଲେ। କର୍ୟ୍ୟକ୍ରମ ର ଉଦ୍ୟୋକ୍ତା ଇ.ବିଭୂତି ନାରାୟଣ ମାଝୀ ଙ୍କ ସମେତ ଆଶ୍ରମ ସଦସ୍ୟ ରାହସ ବିହାରୀ ପଣ୍ଡା,ସୁଧୀର କୁମାର ପଣ୍ଡା,ମାନସ ରଞ୍ଜନ ବେହେରା,ସୂର୍ଯ୍ୟ ପଣ୍ଡା,ଅଶୋକ ପୋଢ଼ ପ୍ରମୁଖ ପିଲାଙ୍କୁ ପ୍ରୋତ୍ସାହିତ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନା ରେ ସୀତାରାମ ଷଡ଼ଙ୍ଗୀ ସହଯୋଗ କରିଥିଲେ।ହନୁମାନ ଚାଲିଶା ପରେ ଆଶ୍ରମ ପରିସର ରେ ପ୍ରଶିକ୍ଷାର୍ଥୀ ଓ ସଭ୍ୟ ମାନେ ୨୫ ଗୋଟି ଚାରା ରୋପଣ କରଥିଲେ।ପ୍ରସାଦ ସେବନ ପରେ କର୍ମଶାଳା ଶେଷ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories