Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ସାହିତ୍ୟ ପରିଷଦ ର ବାର୍ଷିକ ଉତ୍ସବକୁ ପ୍ରସ୍ତୁତି ବୈଠକ

ଲକ୍ଷ୍ମୀପୁର ୨୭/୦୭
ଲକ୍ଷ୍ମୀପୁର ସାହିତ୍ୟ ପରିଷଦର   ବାର୍ଷିକ ଉତ୍ସବ  ପାଳନ କରିବାକୁ ନେଇଁ  ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ ପରିଷଦ ରେ ସଭାପତି ମହାଦେବ ଶତପଥି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକ ରେ ସମ୍ପାଦକ ଅରୁଣ କୁମାର ମିଶ୍ର, ଅବସର ପ୍ରାପ୍ତ ସିଏସ ଓ ଇନ୍ଦ୍ର ଜିତ ସାହୁ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମାଧବ କର୍କରା, ସମାଜସେବୀ ସଂଗୀତା ମିଶ୍ର,ବିଜ୍ଞାନ ଶିକ୍ଷକ ଗୋଲୋକ ଚନ୍ଦ୍ର ଲେଙ୍କା ଶିକ୍ଷକ ସୁରେନ୍ଦ୍ର କୁଲଦୀପ ଙ୍କ ସମେତ ଅନେକ ସଦସ୍ୟ ଯୋଗଦେଇଥିଲେ। ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ବାର୍ଷିକ ଉତ୍ସବ ଉପରେ ଉପସ୍ଥିତ ଭଦ୍ର ମଣ୍ଡଳିଙ୍କ ଓ ସଦସ୍ୟ ଙ୍କ ମତାମତ ନିଆଯାଇଥିଲା। ଗତ ବର୍ଷ ରେ  ହୋଇଥିବା କିଛି ତ୍ରୁଟି କୁ ସୁଧାର ଆଣିବା ସକାଶେ ଉପସ୍ଥିତ ସଦସ୍ୟ ମାନେ ପ୍ରକାଶ କରିଥିଲେ।  ବୈଠକରେ ଅନେକ ବୁଦ୍ଧିଜୀବୀ,ଗୁରୁମା ଗୁରୁଜୀ,ସାମ୍ବାଦିକ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗ ଦେଇ ବାର୍ଷିକ ଉତ୍ସବ କିପରି ସୁଚାରୁ ରୂପେ ଅନୁଷ୍ଠିତ ହେବ ତାହା ଉପରେ ନିଜ ନିଜ ମନ୍ତବ୍ୟ ପ୍ରକାଶ କରିବା ସହ ଏବେ ଠାରୁ ପ୍ରସ୍ତୁତି ରହିବାକୁ କୁହାଯାଇଥିଲା।ବିଶେଷ କରି ଲକ୍ଷ୍ମୀପୁର ଭଳି ଉପାନ୍ତ ବ୍ଲକ ରେ ସାହିତ୍ୟ ପରିଷଦ ଗଠନ କରିବା ଯେତିକି କଷ୍ଟକର  ସେହିପରି ବାର୍ଷିକ ଉତ୍ସବ ରେ ଅତିଥି,ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସୁଥିବା କବି ଓ ଲେଖକ ମାନଙ୍କୁ କିପରି ଉଚିତ
ମର୍ଯ୍ୟାଦା ସହ ପଠାଯାଇ ପାରିବ ତାହା ଉପରେ ଅଧିକ ଗୁରୁତ୍ୱ ଦେବାକୁ ବୈଠକ ରେ କୁହାଯାଇଥିଲା। ସରସ୍ବତୀ ଶିଶୁ ମନ୍ଦିର ରେ ଅନୁଷ୍ଠିତ ହୋଇଥିବା ବୈଠକ ରେ ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପାଣିଗ୍ରାହୀ, ଗୋପୀନାଥ ମହାପାତ୍ର, ସାମ୍ବାଦିକ ପରମେଶ୍ୱର ସାହୁ, ରଶ୍ମି ରଞ୍ଜନ ରଥ, ଶ୍ରୀବତ୍ସ ଖରା, ଅକ୍ଷୟ କୁମାର ସମର୍ଲିଆ, ଗୁରୁମା ଆରତୀ ପ୍ରିୟଦର୍ଶିନୀ ସାହୁ, ଅଧ୍ୟାପିକା ଜୟଶ୍ରୀ କରସୁଧା ପଟନାୟକ, ପଦ୍ମିନୀ କର୍କରା ପ୍ରମୁଖ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ