ପିତା ମାତା ଙ୍କ ପାଇଁ ଜଳ ଲାଗିକଲେ କୁନି ଶ୍ରବଣ କୁମାର l


ଅସ୍ତରଙ୍ଗ :ପୌରାଣିକ କଥା ଅନୁସାରେ ଶ୍ରାବଣ ମାସରେ ପାଣିଭାର ନେଇ ଶିବଙ୍କ ମସ୍ତକରେ ଜଳ ଲାଗି କଲେ ଶୁଭ ଫଳ ମିଳିଵା ସହିତ ମନାସିଥିବା ମନସ୍କାମନା ପୂରଣ ମଧ୍ୟ ହୋଇଥାଏ l ସେଇଥି ପାଇଁ ଶ୍ରାବଣ ମାସ ର ପ୍ରତ୍ୟେକ ସୋମବାର ରେ ହଜାର ହଜାର କାଉଡିଆ ମାନେ ଶିବ ମନ୍ଦିର ରେ ଜଳ ଲାଗି କରିଥାନ୍ତି। କିନ୍ତୁ ଶ୍ରାବଣ ମାସ ତୃତୀୟ ସୋମବାର ଅସ୍ତରଙ୍ଗ ର ପ୍ରତାପ ବିଶ୍ୱାଳ ଙ୍କ ୧୦ବର୍ଷର ପୁତ୍ର ସାଇରୋଶନ ଠାରେ ଦେଖିବାକୁ ମିଳିଥିଲା ଏକ ନିଆରା ଅନୁଭୂତି, ଯାହା ସମାଜ ପାଇଁ ଏକ ମହାନ ବାର୍ତ୍ତା l ସେ ନିଜ ପାଇଁ କୌଣସି ମାନସିକ ନ କରି ମାନସିକ କରିଛନ୍ତି ନିଜ ବାପା ମାଆ ଏବଂ ସାନଭଉଣୀ ର ମଙ୍ଗଳ କାମନା କରି l ତ୍ରେତୟା ଯୁଗରେ ନିଜ ପିତା ମାତା ଙ୍କ ପାଇଁ ଶ୍ରବଣ କୁମାର ଙ୍କ ଯେଉଁ ଚରିତ୍ର ସର୍ବଦା ଆଖି ସାମ୍ନା କୁ ଭିନ୍ନ ଭିନ୍ନ ଉପାୟ ରେ ଆସେ କିନ୍ତୁ ଆଜି ଅସ୍ତରଙ୍ଗ ରେ ଜଣେ ୧୦ ବର୍ଷର କୁନି ବାଳକ ନିଜ ପରିବାର ର ସର୍ବ ଆରୋଗ୍ୟ କାମନା କରି ନିଷ୍ଠା ର ସହ ୧୪ କିଲୋମିଟର ପାଖା ପାଖି ପଦଯାତ୍ରା ଆଜି ସମସ୍ତ ଙ୍କୁ ସ୍ତମ୍ଭି ଭୁତ କରିଛି l ଆଜିର ସମାଜ ର ଅନେକ ସମୟ ରେ ପିଲା ମାନଙ୍କ ନିର୍ଯ୍ୟାତନା ସହ୍ୟ ନ କରି ପାରି ବାପା ମା ବୃଦ୍ଧାଶ୍ରମ ରେ ଜୀବନ କାଟୁଛନ୍ତି ମାତ୍ର,, କେବଳ ଅସ୍ତରଙ୍ଗ ନୁହେଁ ବରଂ ସାରା ଦେଶ ପାଇଁ ସାଇ ରୋସେନ୍ ସୃଷ୍ଟି କରିଛନ୍ତି ନିଆରା ପରିଚୟ, ଯାହାକୁ ଅନେକ ବୁଦ୍ଧିଜୀବୀ ଅସ୍ତରଙ୍ଗ,ଶ୍ରବଣ କୁମାର ନାମ ରେ ବିବେଚିତ କରିଛନ୍ତି,କାକଟପୁର ପ୍ରାଚୀ ତଟ ବିଶ୍ଵାମିତ୍ର ଘାଟ ରୁ ପାଣିଆଣି ଅସ୍ତରଙ୍ଗ ପ୍ରସିଦ୍ଧ ଶିବ ମନ୍ଦିର ଗ୍ରାମେଶ୍ୱର ଙ୍କ ନିକଟରେ ଜଳଲାଗି କରିଥିଲେ। ତାଙ୍କର ଏପରି ମାନସିକତା ସମାଜ ପାଇଁ ଏକ ପ୍ରେରଣା ହେବା ସହିତ ସମସ୍ତ ଙ୍କର ପ୍ରଶଂସା ର ପାତ୍ର ହୋଇଛନ୍ତି।

ଗଜପତି ଜିଲ୍ଲାରୁ ହରିୟାଣାକୁ ଗଞ୍ଜେଇ ନେଇ ବିକ୍ରି କରିଥିବା ଅଭିଯୋଗରେ ଅଭିଯୁକ୍ତକୁ ଉଠାଇ ନେଲା ହରିୟାଣା ପୁଲିସ ପାରଳାଖେମୁଣ୍ଡି:୨୮/୭(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନା ଥାନା ପୁଇପଡ ଗାଁରୁ ଜଣେ ଗଞ୍ଜେଇ ଅଭିଯୁକ୍ତକୁ ହରିୟାଣା ପୁଲିସ ଗିରଫ କରିନେଇଛି । ଗଞ୍ଜେଇ ଅଭିଯୁକ୍ତ ଜଣକ ସେହି ଗାଁର ସୁବିତ୍ କୁମାର ନାୟକ(୪୨) । ଗିରଫ ପରେ ମୋହ‌ନା କୋର୍ଟରେ ହାଜର କରି ପୋଲିସ ହରିଆଣା ନେଇଯାଇଛି । ଗତ ୨୩ ତାରିଖ ଦିନ ହରିଆଣାର ଜିନ ଗାଁରୁ ୨୪ କିଲୋ ଗଞ୍ଜେଇ ଜବତ ସହ ହରିୟାଣାର ବର୍ଥା ଗାଁର ରିତିକ କୁମାର (୨୩)କୁ ପୋଲିସ ଗିରଫ କରିଥିଲା । ଉକ୍ତ ଗଞ୍ଜେଇର ମୂଲ୍ୟ ତିନି ଲକ୍ଷ ଟଙ୍କା । ତଦନ୍ତ ପରେ ଗିରଫ ରିତିକର ସୂଚନା ଆଧାରରେ ହରିୟାଣା ପୁଲିସର ୪ ଜଣିଆ ଟିମ ମୋହନାରେ ପହଞ୍ଚୁଥୁଲେ । ମୋହନା ଥାନା ପୁଲିସ ସହାୟତାରେ ପୁଇପଡ ଗାଁରେ ପହଞ୍ଚୁ ସୁବିତ୍‌କୁ ଗିରଫ ହରିଆଣା ପୁଲିସ କରିଛି । ସୁବିତ୍ ଗଞ୍ଜେଇ ନେଇ ଛତ୍ରପୁର ରେଳ ଷ୍ଟେସନକୁ ଯାଇଥିଲା । ସେଠାରୁ ରିତିକ ଗଞ୍ଜେଇ ନେଇ ହରିଆଣା ଯାଇଥିଲା ବୋଲି ହରିୟାଣା ପୁଲିସ ଏସଆଇ ବିନୋଦ କୁମାର କହିଛନ୍ତି । ଏହି ଚଢ଼ାଉରେ ହରିୟାଣା ପୁଲିସ ଏଏସଆଇ ଉପକାର ଓ ତାଙ୍କ ଟିମ୍ ସାମିଲ ଥିଲେ ।