Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉନ୍ନୟନ କାର୍ଯ୍ୟ ସକାଶେ ଲକ୍ଷ୍ମୀପୁର ବ୍ଲକକୁ ରୌପ୍ୟ ପଦକ…ଦୁଇ ଜିଲ୍ଲାପାଳ ଙ୍କ ଉପସ୍ଥିତି ରେ ମୁଖ୍ୟମନ୍ତ୍ରୀ ବିଡ଼ିଓ ଙ୍କୁ କଲେ ପୁରସ୍କୃତ…

ଲକ୍ଷ୍ମୀପୁର 29/07 …..୨୦୨୪ /୨୫ ଆର୍ଥିକ ବର୍ଷ ରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଉନ୍ନୟନ ମୂଳକ କାର୍ଯ୍ୟ ରେ ଉଲ୍ଲେଖନୀୟ ଅବଦାନ ସକାଶେ ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ରୌପ୍ୟ ପଦକ ପାଇଛନ୍ତି। ଓଡିଶା ରେ ୩୧୪ ବ୍ଲକ ମଧ୍ୟରୁ ୨୯ ଟି ବ୍ଲକ କୁ ବିଭିନ୍ନ ପାରମିଟର ଅନୁଯାୟୀ ଚୟନ କରାଯାଇଥିଲା, ଉକ୍ତ ୨୯ ଟି ବ୍ଲକ ମଧ୍ୟରୁ ମାଲକାନଗିରି ବ୍ଲକ ସ୍ଵର୍ଣ ପଦକ ପାଇ ଥିବା ବେଳେ ଲକ୍ଷ୍ମୀପୁର ଓ ଲମତାପୁଟ ବ୍ଲକ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଯୁଗ୍ମ ଭାବେ ରୋପ୍ୟ ପଦକ ପାଇଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ରେ ପୂର୍ବତନ ଜିଲ୍ଲାପାଳ କୀର୍ତି ଭାସନ ଭି ଓ ବର୍ତ୍ତମାନ ରେ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଙ୍କ ଉପସ୍ଥିତି ରେ ବିଡ଼ିଓ ଗୁରେଶ୍ୱର ଭୋଇ ଙ୍କୁ ମେଡାଲ,ଉପଢକନ ଓ ମାନପତ୍ର ଦେଇ ସମ୍ମାନିତ କରିଛନ୍ତି। ୨୦୨୩ ମସିହାରେ ବିଡ଼ିଓ ଶ୍ରୀ ଭୋଇ ଲକ୍ଷ୍ମୀପୁର ବ୍ଲକରେ ଯୋଗଦେବା ପରେ ଉନ୍ନୟନ ମୂଳକ କାର୍ଯ୍ୟ କୁ ଗୁରୁତ୍ୱ ଦେଇ ଆସୁଥିଲେ, ଆଜି ରୌପ୍ୟ ପଦକ ପାଇଥିବା ରୁ ଶ୍ରୀ ଭୋଇ ଙ୍କ ସମେତ ବ୍ଲକ କର୍ମଚାରୀ ଙ୍କୁ ବିଭିନ୍ନ ମହଲ ରେ ଶୁଭେଚ୍ଛା ପ୍ରଦାନ କରାଯାଇଛି।ରୌପ୍ୟ ପଦକ ଗ୍ରହଣ ସମୟରେ ମାଳିଗାଁ ସହକାରୀ ଶିକ୍ଷକ ସୁନିତ କୁମାର ଦାଶ,ଗୌଡ଼ଗୁଡା ଅଙ୍ଗନବାଡି କର୍ମୀ ଗୀତା ଯାନୀ, କାକିରିଗୁମା ସ୍ଵାସ୍ଚ୍ୟ ସେବିକା ଲଳିତା ସାହୁ,ମାରବାଇଗୁଡ଼ା ଆଶା କର୍ମୀ ସରସ୍ବତୀ କୁଲଦୀପ,ଲକ୍ଷ୍ମୀପୁର ଏବିଏଫ ପାର୍ବତୀ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ