Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିତଳଷଷ୍ଠୀ ମହୋତ୍ସୋବ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ବରପାଲି:ଚଳିତ ବର୍ଷ ୧୪୬ତମ ଶିତଳଷଷ୍ଠୀ ମହୋତ୍ସବକୁ ଅଧିକ ଆକର୍ଷଣୀୟ ଓ ଲୋକାଭିମୂଖି ସହିତ ନୂତନ ଭିନ୍ନଭିନ୍ନ ଶୈଳୀର କାର୍ଯ୍ୟକ୍ରମ ମାନ ବ୍ୟବସ୍ଥା କରାଯିବା ପାଇଁ ଚେଷ୍ଟିତ ଅଛୁ ବୋଲି ଯାତ୍ରାକମିଟି ପକ୍ଷରୁ ଜଣାପଡିଥିଲା।

ଏହି ଅବସରରେ ଯାତ୍ରାକମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ସ୍ଥାନିୟ ନ୍ରୁପରାଜ କ୍ଳବ ଭଣ୍ଡାର ଗୃହ ପରିସରରେ କମିଟି ସଭାପତି ଆନନ୍ଦ ବାବୁଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ସଂପାଦକ ଜୟନ୍ତ ତ୍ରିପାଠୀ ସ୍ବାଗତ ଜଣାଇବା ସହ ମହୋତ୍ସବ ପ୍ରସ୍ତୁତି ସମ୍ପର୍କରେ ଉପସ୍ଥାପନ କରିଥିଲେ। ପରେ ସଭାପତି ଆନନ୍ଦ ବାବୁ ଯାତ୍ରା ପ୍ରସ୍ତୁତି ପର୍ବର ଅନ୍ତିମ ଚରଣ ଓ ଯାତ୍ରା ରୂପରେଖା ସହ ଚଳିତ ବର୍ଷର ନୁତନତା ସମ୍ବନ୍ଧରେ ଆଲୋକପାତ କରିଥିଲେ। ବିବରଣୀ ଅନୁଯାୟୀ ଆସନ୍ତା ମେ ୨୦ ତାରିଖ ମହୋତ୍ସବ ସୂଭାରମ୍ଭ ହେଉଥିବା ବେଳେ ସପ୍ତାହବ୍ୟାପୀ ଆଗାମି ୨୬ ତାରିଖ ଯାତ୍ରାର ଉଦଯାପନୀ ସମାରୋହ ପାଳିତ ହେବ । ଜ୍ୟେଷ୍ଠ ଶୁକ୍ଲପକ୍ଷ ପ୍ରତିପଦା ତିଥି ମେ ୨୦ ତାରିଖ ଯାତ୍ରାର ଆରମ୍ଭ ଦିବସରେ ନୃପରାଜ୍ କ୍ଲବ ପରିସରରେ ନଟରାଜ ମୂର୍ତ୍ତି ସଂସ୍ଥାପନ, ୨୧ ତାରିଖରେ ପାତ୍ରୀ ମନୋନୟନ ଅବସରରେ ପତର ପେଣ୍ଡି ଉତ୍ସବ ସମ୍ପାଦିତ, ୨୨ ତାରିଖ ବାବା ଭୈରବଙ୍କ ନଗର ପରିକ୍ରମା ମାଧ୍ୟମରେ ଦେବାଦେବୀ ନିମନ୍ତ୍ରଣ, ୨୩ ତାରିଖ ସକାଳ ୯ .୪୦ମିନିଟ ସ୍ଥିନିୟ ଜଗନ୍ନାଥ ନଗରରେ ଗଣ୍ଠିଆଲ ଫିଟାଣ ପର୍ବ ପାଳନ ଓ ରାତ୍ର ୧୦ ଘଣ୍ଟା ୩୦ ମିନିଟରେ କପିଲେଶ୍ୱର୍ ବାବାଙ୍କ ବାରାନୁଗମନ ଶୋଭାଯାତ୍ରା ପରିକ୍ରମା, ୨୪ ତାରିଖ ଦେବାଦେବୀଙ୍କ ବୈଠକୀ ଯାତ୍ରା, ୨୫ ତାରିଖ ମାତା ପାର୍ବତୀ ଙ୍କ ଶ୍ୱଶୁରାଳୟ ଗମନ ଶୋଭାଯାତ୍ରା, ୨୬ ତାରିଖରେ ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା ବାହାରି ନଗର ପରିକ୍ରମା ମାଧ୍ୟମରେ ଦେବ ଦମ୍ପତିଙ୍କ ସ୍ବମନ୍ଦିର ପ୍ରବେସ ନିତି ପାଳନ ସହ ମହୋତ୍ସବର ଉଦଯାପନୀ ସମାରୋହ ପାଳନିୟ ହେବ । ଚଳିତ ବର୍ଷ ଯାତ୍ରା ୪୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପ୍ରସ୍ତୁତି କାର୍ଯ୍ୟକ୍ରମ ଆଗେଇ ଚାଲିଥିବା ବେଳେ ରାଜ୍ୟ ସଂସ୍କୃତି ବିଭାଗ, ଆଇନ ବିଭାଗ ତଥା ଆଇ ଓ ସି ଏଲ ରୁ ଆର୍ଥିକ ଅନୁଦାନ ସହାୟତା ମିଳିବା ଆଶାରେ କମିଟି ପକ୍ଷରୁ ଯୋଗାଯୋଗ କରାଯାଇଥିବା ସଭାପତି ଆନନ୍ଦ ବାବୁ ପ୍ରକାଶ କରିଥିଲେ। ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ତାରକାସୁର ଦରବାର ସହ ମୀନା ବଜାର,ଗଙ୍ଗାଧର କ୍ଲବ ପରିସରରେ ନଟରାଜ ମହୋତ୍ସବ ଅନୁଷ୍ଠିତ ହେବାକୁ ଧାର୍ଯ୍ୟ କରାଯାଇଥିବା ସମ୍ପାଦକ ଜୟନ୍ତ ତ୍ରିପାଠୀ ଜଣାଇଥିଲେ। ଅପର ପକ୍ଷରେ ମନୋରଞ୍ଜନ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ବାହାର ସାଂସ୍କୃତିକ ଦଳ ମାନେ ସାମିଲ ହେବାକୁ ସ୍ବୀକୃତି ଦେଇଥିବା ବେଳେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଆଜି ପର୍ଯ୍ୟନ୍ତ କୌଣଷି ପ୍ରକାରର ସଠିକ ସୂଚନା ମିଳିନଥିବା ଜଣାଇବା ସହ ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ସାଂସ୍କୃତିକ ସମ୍ପାଦକ ପିଙ୍କୁ ସାହୁ ପ୍ରକାଶ କରିଥିଲେ।ଚଳିତ ବର୍ଷ ରୁଦ୍ର ଯଜ୍ଞ , ସ୍ମରଣିକା ରୁଦ୍ର ଜ୍ୟୋତି ପ୍ରକାଶନ କରାଯିବ ବୋଲି କମିଟି ମିଡ଼ିଆ ପ୍ରମୁଖ ପଦ୍ମଲୋଚନ ସାହୁ ସୂଚନା ଦେଇଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନାରେ ସ୍ଥାନର ଅଭାବି ଦେଖାଦେଉ ଥିବାରୁ କଟକ ବାଲିଯାତ୍ରା ପଡିଆ ପରି ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଏକ ସ୍ଥାୟୀ ପଡିଆ ଦେବା ପାଇଁ କମିଟି ପକ୍ଷରୁ ପ୍ରଶାସନ ନିକଟରେ ଦାବୀ ଉପସ୍ଥାପନ କରାଯାଇଥିବା ସୂଚିତ ହୋଇଥିଲା । ପ୍ରବଳ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟି ରେ ରଖି ପାନୀୟ ଜଳ ର ବ୍ୟବସ୍ଥା ସହ ଯାତ୍ରା ପଡିଆ ରେ ବାଈଓ ଟଏଲେଟ ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ପ୍ରଶାସନ ଠାରେ ଆବେଦନ କରାଯାଇଛି । ପ୍ରବଳ ଜନ ସମାଗମ କୁ ଦୃଷ୍ଟି ରେ ରଖି ବ୍ୟାପକ ପୋଲିସ ମୁତୟନ, ଟ୍ରାଫିକ ନିୟନ୍ତ୍ରଣ ପାଇଁ ବାଇ ପାସ କରିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି ଯାତ୍ରା କମିଟି ର ସଭାପତି ଆନନ୍ଦ ବାବୁ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ