Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଟିଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଘଟଣାରେ ୬ ଗିରଫ

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ (BSE), ଓଡିଶା ଆନୁକୁଲ୍ଯରେ ଆୟୋଜିତ ହେବାକୁ ଥିବା ଓଟିଇଟି-2025 ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଘଟଣାର ଛଅ ଜଣ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଏନେଇ ଡିଜିପି, କ୍ରାଇମବ୍ରାଞ୍ଚ ବିନୟତୋଷ ମିଶ୍ର ସୂଚନା ଦେଇଛନ୍ତି।

ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ମାଧ୍ଯମିକ ଶିକ୍ଷା ପରିଷଦର ଡାଟା ଏଣ୍ଟ୍ରି ଅପରେଟର (୧) ଜିତନ ମହାରଣା ,କଛାପଡା, ସିମୁଳିଆ, ବାଲେଶ୍ଵର (୨) ବିଜୟ କୁମାର ମିଶ୍ର, ରାଜ୍ୟ ପୂର୍ବତନ କ୍ୟାଡର ଶିକ୍ଷକ ସଂଘର କାର୍ଯ୍ୟକାରୀ ସଭାପତି, କୋମାସାହି, ଆମ୍ବୋଡିଆ, ରାୟଗଡା (୩) ସନାତନ ବିଶୋୟୀ, କୋରାପୁଟ ଜିଲ୍ଲା ପୂର୍ବତନ କ୍ୟାଡର ଶିକ୍ଷକ ସଂଘର ସଭାପତି, ସାଗରଗୁଡା, କୁନ୍ଦ୍ରା, କୋରାପୁଟ, (୪) ରାମଜୀ ପ୍ରସାଦ ଗୁପ୍ତା, ନାରାୟଣ ଲେନ, ଗୁପ୍ତା ନିବାସ, ବାଦାମବାଡି, କଟକ (୫) ଅଜୟ କୁମାର ସାହୁ, ଲିଙ୍ଗିପାଲି କେଶବନଗର (ପଞ୍ଚମ ଲେନ), ବିଦ୍ୟାଧରପୁର, ଗଞ୍ଜାମ (୬) ଜୟନ୍ତ କୁମାର ରାଉତ, ଜୁକାନନ୍ଦୀ, ରୂପସା, ବାଲେଶ୍ଵର ।

ପୋଲିସ ସେମାନଙ୍କ ନିକଟରୁ ମୋବାଇଲ୍ ଫୋନ୍ ଏବଂ ଲିକ୍ ହୋଇଥିବା ପ୍ରଶ୍ନପତ୍ର ସମେତ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ଜବତ କରାଯାଇଛି।