ଅସ୍ତରଙ୍ଗ ସାମ୍ବାଦିକ ସଂଘ ର ସାଙ୍ଗ ଠନିକ ବୈଠକ l


ଅସ୍ତରଙ୍ଗ୩୧/୭ : ଆଜି ଅସ୍ତରଙ୍ଗ ସାମ୍ବାଦିକ ସଙ୍ଘ ର ସାଙ୍ଗଠନିକ ବୈଠକ ଅସ୍ତରଙ୍ଗ ଘଣ୍ଟିକଣ ସ୍ଥିତ ବାଲିଆପାଟ ରାଧା ଗୋବିନ୍ଦ ମଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ସାମ୍ବାଦିକ ମାନଙ୍କ ସୁରକ୍ଷା, ପ୍ରଶାସନ କ୍ଷେତ୍ର ରେ ଅନେକ ସମୟ ରେ ସାମ୍ବାଦିକ ମାନଙ୍କୁ ଅଣଦେଖା, ଓ ଆସନ୍ତା ସ୍ୱାଧୀନତା ଦିବସ ପାଳନ ପାଇଁ ଏହି ବୈଠକ ରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା l ଏହି ବୈଠକ ରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟ ରେ ସ୍ଥାନୀୟ ତହସିଲଦାର ଙ୍କୁ ଦାବିପତ୍ର ଦିଆଯିବା ସହିତ ସମାଜ କଲ୍ୟାଣ ଓ ନିରପେକ୍ଷ ସାମ୍ବାଦିକତା ପାଇଁ ନିଷ୍ପତି ନିଆଯାଇଛି l ଆଗାମୀ ସ୍ୱାଧୀନତା ଦିବସ ପାଳନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ନିଷ୍ପତି ହୋଇଛି, ଏହି ବୈଠକ ରେ ସଭାପତି ବିଶ୍ୱ ରଞ୍ଜନ ବିଶ୍ୱଶ୍ରୀ, ସମ୍ପାଦକ ଲୋକନାଥ ସ୍ୱାଇଁ, ପରାମର୍ଶ ଦାତା ନିରଞ୍ଜନ ଦାସ, ପ୍ରଶାନ୍ତ ବାରିକ ଓ ବରିଷ୍ଠ ସାମ୍ବାଦିକ ଦୁଃଶାସନ ନାୟକ,କୋଷାଧକ୍ଷ ସମୀର କୁମାର କର, ଉପସଭାପତି ସମୀର ବେହୁରା, ସାଂସ୍କୃତିକ ସମ୍ପାଦକ ମନୋଜ ବିଶ୍ୱାଳ, ସଭ୍ୟ ସୁଧୀର କର,ଆଦିତ୍ୟ ବିଶ୍ୱାଳ, ଆର୍ତ୍ତ ତ୍ରାଣ ମହାନ୍ତି ଉପସ୍ଥିତ ରହିଥିଲେ, ସମସ୍ତ କାର୍ଯ୍ୟ କୁ ସଙ୍ଘ ର କାର୍ଯ୍ୟକାରୀ ସଭାପତି ଆର୍ଯ୍ୟ ବିଶ୍ୱାଳ ପରିଚାଳନା କରିଥିଲେ l