Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରକାର ଙ୍କ ୟୁଏସ ପୋର୍ଟାଲ କୁ ଲକ୍ଷ୍ମୀପୁର ବ୍ଲକ ଶିକ୍ଷକ ସଙ୍ଘ ର ବିରୋଧ…..ଭିତିଭୂମି ପ୍ରଥମେ ସଜାଡ଼, ପରେ ଦାୟିତ୍ୱ ଦେବାକୁ ଆହ୍ୱାନ…

ଲକ୍ଷ୍ମୀପୁର ୩୧/୦୭ …ରାଜ୍ୟ ସରକାର ଙ୍କ ଶିକ୍ଷା ବିଭାଗ ର ଓପେସା ମାଧ୍ୟମରେ କିଛିଦିନ ତଳେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ସକାଶେ ୟୁନି ଫାଇଡ଼ ଅଟୋ ମେସନ ସିଷ୍ଟମ (ୟୁଏ ଏସ)ନିୟମ ଲାଗୁ କରାଯାଇଥିବା ବେଳେ ଲକ୍ଷ୍ମୀପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ  ତରଫରୁ ଏହି ୟୁଏ ଏସ ପୋର୍ଟାଲ କୁ ସ୍ଥଗିତ ରଖିବା ସକାଶେ ଦାବୀ କରାଯାଇଛି। ବ୍ଲକ ଶିକ୍ଷକ ସଙ୍ଘ ସଭାପତି ଦୟାନିଧି ଗରଡ଼ା ଙ୍କ ନେତୃତ୍ୱ ରେ ବ୍ଲକ ର ଶତାଧିକ ଶିକ୍ଷକ ସ୍ଥାନୀୟ ସାଙ୍ଗନ୍ନା ଉଚ୍ଚ ବିଦ୍ୟାଳୟ ରେ ଏକତ୍ରିତ ହେବା ପରେ ଏକ ଶୋଭାଯାତ୍ରା ମାଧ୍ୟମରେ ବିଭିନ୍ନ ସ୍ଲୋଗାନ ଦେଇ ବ୍ଲକ ଶିକ୍ଷା ଧିକାରୀ ଙ୍କ କାର୍ଯ୍ୟାଳୟ ରେ ପହଂଚି ଥିଲେ। ବି ଈଓ ଙ୍କ ଅନୁପସ୍ଥିତି ରେ ଏବି ଈଓ ମଦନ ମୁଦୁଲି ଙ୍କୁ ୭ ଦଫା ସମ୍ବଳିତ ଦାବିପତ୍ର ପଢିବା ପରେ ରାଜ୍ୟପାଳ,ମୁଖ୍ୟମନ୍ତ୍ରୀ ଗଣଶିକ୍ଷା ମନ୍ତ୍ରୀ ଙ୍କ ସମେତ ମୁଖ୍ୟ ଶାସନ ସଚିବ ଙ୍କ ଉଦେଶ୍ୟ ରେ ପ୍ରଦାନ କରିଛନ୍ତି। ବିଶେଷ କରି ବିଦ୍ୟାଳୟ ମାନଙ୍କ ରେ ଆବଶ୍ୟକ ଶିକ୍ଷକ ଶିକ୍ଷୟିତ୍ରୀ ନଥିବା ବେଳେ ଭିତିଭୂମି ମଧ୍ୟ ନାହିଁ, ଏପରିକି ଅନେକ ବିଦ୍ୟାଳୟ ରେ ନେଟୱର୍କ ନଥିବା ବେଳେ ଯାତାୟାତ ର ସୁବିଧା ନାହିଁ, ସରକାର କେବଳ ଶିକ୍ଷକ ଙ୍କ ଉପରେ ଦାଉ ସାଜୁଥିବା ବେଳେ ଅନ୍ୟ ବିଭାଗ ପ୍ରତି କାହିଁକି ଏସବୁ ନିୟମ ଲାଗୁ କରୁନାହାନ୍ତି ବୋଲି ପ୍ରକାଶ କରି ଦାବିପତ୍ର ପ୍ରଦାନ କରିଛନ୍ତି ।ତୁରନ୍ତ ୟୂ ଏ ଏସ ପୋର୍ଟାଲ କୁ ସ୍ଥଗିତ ରଖନଗଲେ ଆଗକୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। କାର୍ଯ୍ୟକ୍ରମ ରେ ରାଜ୍ୟ ଶିକ୍ଷକ ସଙ୍ଘ ର  ଉପ ସଭାପତି ସୁରେନ୍ଦ୍ର କୁଲଦୀପ, ଜିଲ୍ଲା ଉପ ସଭାନେତ୍ରୀ ବୈଜୟନ୍ତି ମାଳା,  ନବରଙ୍ଗପୁର ଜିଲ୍ଲା ଶିକ୍ଷକ ସଙ୍ଘ ସମ୍ପାଦକ କ୍ଷେତ୍ର ମୋହନ ବିଶୋଇ,ଉପଦେଷ୍ଟା ନାରାୟଣ ସାହୁ, ପ୍ରମୋଦ କିଶୋର ଗରଡ଼ା, ରଜତ କୁମାର ନାୟକ, କାଁହୁ ଚରଣ ସାହୁ. ମନୋଜ କୁମାର ପରିଡା, ଅଖିଳ ମାଝୀ, ଉପ ସଭାପତି ସୁକାନ୍ତି ସାହୁ, ନିରଞ୍ଜନ ନାୟକ, ସାଧାରଣ ସମ୍ପାଦକ ତ୍ରିନାଥ ମହାପାତ୍ର, ଆଲେଙ୍କି ରମେଶ ଙ୍କ ସମେତ କାକିରିଗୁମା ଓ ଲକ୍ଷ୍ମୀପୁର ଅଂଚଳ ର ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ