Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପି କେ ଏକାଡେମୀ ପକ୍ଷରୁ ରକ୍ତଦାନ ଶିବିର। ୪୦ ୟୁନିଟ ରକ୍ତ ସଂଗ୍ରହରେ ୨୫ ଯୁବତୀ ସାମିଲ

ସମ୍ବଲପୁର:ଗତ କିଛିଦିନ ଧରି ସମ୍ବଲପୁର ରକ୍ତଭଣ୍ଡାର ରେ ଦେଖାଯାଇଥିବା ରକ୍ତ ଅଭାବ କୁ ଆଖି ଆଗରେ ରଖି ଆଜି ସମ୍ବଲପୁର ଠାରେ ପି କେ ଏକାଡେମୀ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଇଥିଲା। ଯେଉଁଥିରେ ୪୦ ଜଣ ରକ୍ତଦାତାଙ୍କ ମଧ୍ୟରେ ୨୫ ଯୁବତୀ ସାମିଲ ହୋଇ ପ୍ରଥମ ଥର ପାଇଁ ରକ୍ତଦାନ କରି ସମାଜକୁ ଏକ ନୂତନ ଉଦାହରଣ ଦେଇଛନ୍ତି।
ଏହି ରକ୍ତଦାନ ଶିବିରକୁ ପ୍ରୋଗ୍ରେସିବ ସମ୍ବଲପୁର ଆବାହକ ସଂଜିତ ମହାନ୍ତି ଉଦଘାଟନ କରିଥିବା ବେଳେ ପି କେ ଏକାଡେମୀ ର ନିର୍ଦେଶକ ପ୍ରକାଶ ଡାଙ୍ଗ, ବରିଷ୍ଠ ସାମ୍ବାଦିକତଥା ଆମ ଓଡିଶା ଜିଲ୍ଲା ରକ୍ତଦାତା ସଂଯୋଜକ ରତ୍ନାକର ଭୋଇ, ପ୍ରଜ୍ଞା ପ୍ରିୟଦର୍ଶିନୀ ଦେହୁରୀ, ସୁମିତ ପଟେଲ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମୋନାଲି ଦାସ, କୀର୍ତ୍ତି କ୍ରିଷ୍ଣା ସାହୁ, ଆକାଶ ଦେବତା, ରୋଶନ ନାୟକ, ଶୁଭମ୍ ସାହୁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ ।
୪୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିବାବେଳେ ଆଜିର ଏହି ଶିବିରରେ ୨୫ ଜଣ ଝିଅ ପ୍ରଥମ ଥର ପାଇଁ ରକ୍ତଦାନ କରିଥିଲେ। ଶିବିର ଆୟୋଜନରେ ପି କେ ଏକାଡେମୀ ର ଅଧ୍ୟାପକ, ଅଧ୍ୟାପିକା, କର୍ମକର୍ତ୍ତା, ଛାତ୍ର ଛାତ୍ରୀ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories