Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ୱନାଥପୁର ପୋଲିସ ଥାନା ଅଧିକାରୀ ବିଜୟାରାଜ ମାଝୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ଭବାନୀପାଟଣା, ୩୧/୦୭
(ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲାରେ ନୂତନ ଥାନାଅଧିକାରୀ ଭାବେ ଯୋଗ ଦେଇଛନ୍ତି ଇନ୍ସପେକ୍ଟର ବିଜୟାରାଜ ମାଝୀ। ଏହାପୂର୍ବରୁ ସେ ବିଶ୍ୱନାଥପୁର ଥାନାରେ ଥିଲେ। ନର୍ଲା ଥାନାଧିକାରୀଙ୍କ ବଦଳି ପରେ ସେ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି। ଏହି ଅବସରରେ ଲାଞ୍ଜିଗଡ଼ ସାମ୍ବାଦିକ ସମୁହ ତରଫରୁ ଲାଞ୍ଜିଗଡ଼ ପ୍ରେସ କ୍ଳବର ସଭାପତି ସୁଶୀଲ କୁମାର ବାଗ, ପିଇଡବ୍ଲ୍ୟୁ ମିଡିଆ ଏସୋସିଏସନର ସାଧାରଣ ସଂପାଦକ ଗୋପାଳଦାସ ମହାନନ୍ଦ, କୋଷାଧ୍ୟକ୍ଷ ନୀଲେଶ କୁମାର ନାଗ ପ୍ରମୁଖ ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ଥାନାଞ୍ଚଳର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ, ଲାଞ୍ଜିଗଡ଼ ବ୍ଲକର ଗୋବର୍ଦ୍ଧନପୁର, ଲାଞ୍ଜିଗଡ଼ରୋଡ଼, କମର୍ଦ୍ଧା, କଦମ୍ବଗୁଡା ଓ ଭୁର୍ଟିଗଡ଼ ପଞ୍ଚାୟତ ନର୍ଲା ଥାନା ଅଧୀନରେ ଆସୁଥିବାବେଳେ ଏହା ଅଧୀନରେ ସିକେରକୁପା ଫାଣ୍ଡି ମଧ୍ୟ ରହିଛି। ସେହିପରି ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ଛତିକୁଡ଼ା ଛକରୁ ଢେପଗୁଡା ଘାଟି ପର୍ଯ୍ୟନ୍ତ ଏହି ବ୍ୟସ୍ତବହୁଳ ରାସ୍ତାରେ ନିତିପ୍ରତି ଘଟୁଥିବା ଦୁର୍ଘଟଣା, ବିଭିନ୍ନ ବେଆଇନ କାର୍ଯ୍ୟକଳାପକୁ ରୋକିବା ସହିତ ରାଜପଥରେ ପେଟ୍ରୋଲିଂ କରିବା, ଥାନାଞ୍ଚଳରେ ଅପରାଧ ରୋକିବା ସହିତ ଆଇନକାନୁନ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ନେଇ ସାମ୍ବାଦିକ ସମୁହର ସଦସ୍ୟମାନେ ଥାନାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ