Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ, ଅନ୍ତର୍ନିହିତ ପ୍ରତିଭା କୁ ପ୍ରସ୍ଫୁଟିତ କରୁଛି ଶିଶୁ ମହୋତ୍ସବ ସୁରଭି।

କଳାହାଣ୍ଡି,୧୬/୧୦
କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠୀ ଶିକ୍ଷା ବିଭାଗ କୋକସରା ଆଞ୍ଚଳିକ ସାଧନ କେନ୍ଦ୍ର ରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀ ମାନଙ୍କର ଅନ୍ତର୍ନିହିତ ପ୍ରତିଭାକୁ ଅନ୍ବେଷଣ ସହ ପ୍ରସ୍ଫୁଟିତ କରିବା ଉଦ୍ଦେଶ୍ୟରେ ଶିଶୁ ମହୋତ୍ସବ ସୁରଭି ୨୦୨୬ ଅନୁଷ୍ଠିତ ହୋଇ ଯାଇଛି।
କୋକସରା ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ମାଝୀଗୁଡା ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ପ୍ରଧାନ ଶିକ୍ଷକ ପ୍ରଦୀପ୍ତ କିଶୋର ଦାସ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଵିଇଓ ମହେଶ ଭାଟି, ମୁଖ୍ୟ ବକ୍ତା ଭାବେ ପ୍ରଧାନ ଶିକ୍ଷକ ଜବାହର ଉଚ୍ଚ ବିଦ୍ୟାଳୟ ଉପେନ୍ଦ୍ର କୁମାର ଦୀପ, ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷକ ଦୁର୍ଯୋଧନ ବାଗ, ସିଆରସିସି ଆଲୋକ ଜାଣ୍ଡାର ପାଣିଗ୍ରାହୀ,ପ୍ରଧାନ ଶିକ୍ଷୟିତ୍ରୀ ଜୟଶ୍ରୀ ଵାଲା ନାୟକ,ବ୍ୟାପ୍ତି ନାଏକ ଉପସ୍ଥିତ ରହି ସୁରଭି ଛାତ୍ରଛାତ୍ରୀ ଙ୍କ ପାଇଁ ଏକ ମଞ୍ଚ ନୁହେଁ ବରଂ ଆଗକୁ ବଢିବାର ପାହାଚ ବୋଳି କହିଥିଲେ। ଚଳିତ ବର୍ଷ ସୁରଭି ର ବିଷୟବସ୍ତୁ ସମୃଦ୍ଧ ଭାଷା, ସମୃଦ୍ଧ ଓଡିଶାକୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଉଦଯାପନି କାର୍ଯ୍ୟକ୍ରମ ରେ ଦୁର୍ଯୋଧନ ବାଗ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ବିଆରସିସି ତୋଫାନ ମାଝୀ,ମୁଖ୍ୟ ବକ୍ତା ଏବିଇଓ ସଞ୍ଜୀବ କୁମାର ପାଢୀ, ସମ୍ମାନିତ ଅତିଥି ଭାବେ ସିଆରସିସି ସୁମନ୍ତ ଠାକୁର, ଶିକ୍ଷୟିତ୍ରୀ ମୁକ୍ତା ଖମାରି, କ୍ରୀଡା ଶିକ୍ଷକ ଅମିତ କୁମାର ମହାନ୍ତି,ବିରଞ୍ଚି ମାଝୀ ଯୋଗଦେଇ ଛାତ୍ରଛାତ୍ରୀ ଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ। ମଞ୍ଚ ପରିଚାଳନା ରେ ନୋଡାଲ ସିଆରସିସି ବୈକୁଣ୍ଠ ଜାଲ ଓ କାର୍ଯ୍ୟକ୍ରମ ପରିଶେଷରେ ଲକ୍ଷରାମ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ