Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ବଣିକ ସଙ୍ଘର ବୈଠକ,ମାସର ଶେଷ ରବିବାର ବଜାର ବନ୍ଦ ସକାଶେ ନିଷ୍ପତି…

ଲକ୍ଷ୍ମୀପୁର ୩୧/୦୭
ଲକ୍ଷ୍ମୀପୁର ପୂର୍ତ୍ତ ବିଭାଗ ବଙ୍ଗଳା ଠାରେ  ବଣିକ ସଂଘର ଏକ ଗୁରୁତ୍ୱ ପୁର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବଣିକ ସଙ୍ଘ ସଭାପତି ମନୋଜ ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକ ରେ ସଙ୍ଘ ର ଅନେକ ସଦସ୍ୟ ଯୋଗଦେଇ ଅନେକ ମତାମତ ଦେଇଥିଲେ।ପ୍ରତ୍ୟେକ ମାସର ଶେଷ ରବିବାର ଦିନ ସମ୍ପୂର୍ଣ ମାର୍କେଟ ବନ୍ଦ ରଖିବାକୁ ସର୍ବ ସହମତି କର୍ମେ ନିଷ୍ପତି ହୋଇଥିବା ବେଳେ,ଚା ଦୋକାନ ଓ ହୋଟେଲ ମାନଙ୍କରେ ଦଶ ଦିନ ଭିତରେ ପ୍ଲାଷ୍ଟିକ ବ୍ୟବହାର ସମ୍ପୂର୍ଣ ବନ୍ଦ କରିବା, ଚା ଦୋକାନ ଗୁଡିକରେ ମାଟି ପାତ୍ର ନଚେତ ପୂର୍ବ ଭଳି କାଚ ଗ୍ଲାସ ବ୍ୟବହାର କରିବା ଭଳି ନିଷ୍ପତି ନିଆଯାଇଥିଲା। ସଙ୍ଘ ର ନିୟମ କୁ ଖିଲାପ କଲେ ସେମାନଙ୍କୁ ବଣିକ ସଂଘରୁ ବାହାର କରି ଦିଆଯିବ ବୋଲି କୁହାଯାଇଥିଲା।ଏଥି ସହିତ ଆଗାମୀ ଦିନରେ ବଣିକ ସଙ୍ଘ ତରଫରୁ ହେବାକୁ ଥିବା ସ୍ଵାଧୀନତା ଦିବସ ଏବଂ ଗଣେଶ ପୂଜା ଭଳି କାର୍ଯ୍ୟକ୍ରମ ଥିବାରୁ ତାହା କିପରି ପୂର୍ବ ବର୍ଷ ଠାରୁ ଅତି ଭଲରେ ହେବ ସେ ଉପରେ ଆଲୋଚନା ହୋଇଥିଲା।ବୈଠକ ରେ ବଣିକ ସଙ୍ଘ ଉପ ସଭାପତି ଉମା ଶଙ୍କର କର୍କରା,ସାଧାରଣ ସମ୍ପାଦକ ରଶ୍ମି ରଞ୍ଜନ ନାଥ,ସହ ସମ୍ପାଦକ ବଳିଆ ବିଶୋଇ ଓ କୋଷାଧ୍ୟକ୍ଷ୍ୟ ଶ୍ରବଣ କୁମାର ଙ୍କ ସମେତ ଅନେକ ସଦସ୍ୟ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ