Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିତଳଷଷ୍ଠୀ ଯାତ୍ରା ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି

ବରପାଲି : ବରଗଡ଼ ଜିଲ୍ଲା ବରପାଲି ପୁରାତନ ୧୪୬ତମ ମହାନ ପୌରାଣିକ ଶିତଳଷଷ୍ଠୀ ଶିବ ବିବାହ ମହୋତ୍ସବ ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଯାତ୍ରା କମିଟି ପକ୍ଷରୁ ପ୍ରତିଟି କାର୍ଯ୍ୟକ୍ରମର ପ୍ରସ୍ତୁତିକୁ ଟିକିନିଖି ଭାବରେ ତଦାରଖ କରୁଥିବା ଦେଖାଯାଉଛି । ମହୋତ୍ସବର ସଫଳତା ନିମନ୍ତେ ବିଭିନ୍ନ ଶ୍ରେଣୀର କାରିଗର ମାନେ ନିଜ ହାତର ଶେଷସ୍ପର୍ଶ ଦେଇ ସଫଳ ରୂପ ଦେବାରେ ଲାଗି ପଡିଛନ୍ତି । ସେହିପରି ବାର୍ଷିକ ସଂଙ୍କଳନ ରୁଦ୍ରଜ୍ୟୋତି ନାମରେ ପ୍ରକାଶିତ ସଂରଣିକା ପୁସ୍ତକ ସମ୍ପାଦକ ସମ୍ପାଦନା ପର୍ବ ମଧ୍ୟ ଅଗ୍ରଗତି ପଥରେ ଆଗେଇଚାଲିଛି। ସଂରଣିକାରେ ବହୁ ବିଶିଷ୍ଟ ଲେଖକ ମାନଙ୍କ ସଂଗ୍ରହ ହୋଇଥିବା ଲେଖାଗୁଡିକୁ ସ୍ଥାନ ପାଇବା ସହ ମୁଦ୍ରଣ ପର୍ବ ସମ୍ପର୍ଣ୍ଣ ପଥରେ ରହିଛି। ସ୍ମରଣିକା କମିଟି ଆବାହକ ତଥା ଅଧ୍ୟାପକ ଅରୁଣ ପଣ୍ଡାଙ୍କ ତତ୍ବାବଧାନରେ ଡ଼ ଶୁକମୁନି ମେହେର, ଅଶୋକ ପଣ୍ଡା, ସୁଧୀର ଗଡ଼ତିଆ, ଧର୍ମେନ୍ଦ୍ର ପୂଜାରୀ, ବିଭୁଦତ୍ତ ପଧାନ ସମ୍ପାଦନ କାର୍ଯ୍ୟଭାର ତୁଳାଉଛନ୍ତି। ଅପରପକ୍ଷେ ବିଭିନ୍ନ ମେଢ଼ ଦେବାଦେବୀଙ୍କ ପରଭା ନିର୍ମାଣକାମ ଭଣ୍ଡାର ଗୃହ ନିକଟସ୍ଥ ସମଲେଶ୍ୱରୀ ଏମଇ ସ୍କୁଲରେ ପରିସରରେ ଯୋରସୋରରେ ଆଗେଇଚାଲିଛି। ମୁଖ୍ୟତଃ ବଡ଼ ପରଭା, ବିବାହ ପରଭା ଓ ଭୈରବ୍ ପରଭା ନିର୍ମାଣକାମର ଅନ୍ତିମ ପର୍ଯ୍ୟାୟକୁ ପହଚିଂଗଲାଣି। ଶିଳ୍ପୀ ମାନେ ନିଜ କାରିଗାରିତାକୁ ଅତ୍ୟନ୍ତ ଲୋଭନିୟ ଓ ସୌନ୍ଦର୍ଯ୍ୟକରଣକୁ ଗୁରୁତ୍ବ ଦେବା ସହ ତାମଡା,ଲେସ ଓ ଥର୍ମାକୋଲ ଦ୍ବାରା ନିର୍ମାଣ କାର୍ଯ୍ୟକୁ ଆଗେଇ ନେବାରେ ଲାଗିପଡିଛନ୍ତି। ଶିଳ୍ପିକାର ଭାବେ ନବୀନ ସାହୁ, ପ୍ରଦୀପ ସାହୁ, ଅଜିତ ସାହୁ, ରବୀନ୍ଦ୍ର ସାହୁ, ସନ୍ତୋଷ ସାହୁ, ବିଦ୍ୟା ରାୟ, ମନୋଜ ବେରିହାଙ୍କ ସହ ସହକାରୀ ପରଭା କାରିଗର ମାନେ ନିଜ କଳାର ନିଦର୍ଶନରେ ଆଗଭର ରହିଛନ୍ତି।

ସେହିପରି ପାର୍ଶ୍ୱ ଦେବାଦେବୀଙ୍କ ପ୍ରତିମା ନିର୍ମାଣରେ ନିମାଇଁ ମେହେର ରଙ୍ଗ ଓ ତୂଳିର ସାହାରାରେ ଜୀବନ୍ତ ରୂପ ଦେବାକୁ ପ୍ରୟତ୍ନରେ ଲାଗିପଡିଛନ୍ତି।
ଅନ୍ୟପକ୍ଷରେ କଳାକୁଞ୍ଜ ତଥା ବିଭିନ୍ନ ପ୍ରକାରର ମୂର୍ତ୍ତି ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି। ମୂର୍ତ୍ତିକାର ଭାବରେ କାରିଗର ରଣା ପରିବାରର ମୁଖ୍ୟ ଶଙ୍କର ରଣା, ମହେନ୍ଦ୍ର ରଣା,ପିଙ୍କୁ ରଣା । ଏଥର ରାବଣ ତାଣ୍ଡବ ମନ୍ତ୍ର, ଶିବ ବରାତ, ମାର୍କଣ୍ଡେୟ ମୂର୍ତ୍ତି, ଦକ୍ଷ ଯଜ୍ଞ ବିଷୟ ଉପରେ ମୂର୍ତ୍ତି ତିଆରି କରୁଛନ୍ତି । ଶିତଳ ଷଷ୍ଠୀ ମହୋତ୍ସବରେ ଅନ୍ୟ ଏକ ନୁତନତା ନିଶ୍ଚିତ ଭାବରେ ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ ବୋଲି ମୂଖ୍ଯଶିଳ୍ପୀ ଶଙ୍କର ରଣା ମତାମତ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ