Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବହୁ ଚର୍ଚିତ ଗାଁ ପଦୁଗୁଡା ଗାଁକୁ ଟ୍ରାକ୍ଟର ରେ ଗଲେ ଲକ୍ଷ୍ମୀପୁର ବିଧାୟକ…ଗାଁ ର ରାସ୍ତା ଶୋଚନୀୟ, ଦୁଇବର୍ଷ ତଳେ ମନ୍ତ୍ରୀ ଙ୍କୁ କହିଥିଲେ କୁନିଝିଅ…

ଲକ୍ଷ୍ମୀପୁର 01/08..କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ପଦୁଗୁଡା  ଗାଁ ରେ ଲାଗିରହିଥିବା ସମସ୍ୟା ପ୍ରତି ଜଣେ କୁନି ଝିଅ  ଗତ ଦୁଇ ବର୍ଷ ତଳେ ସ୍ୱାଧୀନତା ଦିବସ ଦିନେ ମନ୍ତ୍ରୀ ଙ୍କ ଉପସ୍ଥିତି ରେ ନାଟକ ମାଧ୍ୟମ ରେ ଜଣାଇଥିଲେ…. ସେହିସମୟ ରେ ବିଜେଡ଼ି ସରକାର ଙ୍କ ମନ୍ତ୍ରୀ ଜିଲ୍ଲା ପାଳ ଙ୍କୁ ତୁରନ୍ତ ଗାଁ ସମସ୍ୟା ପ୍ରତି ଦୃଷ୍ଠି ଦେବାକୁ କହିଥିଲେ। ବିଜେଡ଼ି ସରକାର ରାଜ୍ୟ ରେ ପରାସ୍ତ ହେବା ପରେ  ରାଜ୍ୟ ରେ ଡବଲ ଇଂଜିନ ର ବିଜେପି ସରକାର  ଶାସନ କରୁଛନ୍ତି କିନ୍ତୁ ଦୁଇ ବର୍ଷ ତଳେ ଯେମିତି ଥିଲା  ବର୍ତ୍ତମାନ ବି ସେପରି ଅନେକ ସମସ୍ୟା ରେ ଘାଣ୍ଟି ହଉଛନ୍ତି ପଦୁଗୁଡା  ଗ୍ରାମବାସୀ। ଆଜି ଗାଁ ର ବାସ୍ତବ ଚିତ୍ର ଜାଣିବା ସକାଶେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତା ଚାହିଁ ଥିଲେ, ଯେତେବେଳେ ସେ ଗାଁ କୁ ଯିବାକୁ ବାହାରିଛନ୍ତି ତାଙ୍କ ଗାଡି କାଦୁଅ ପଚ ପଚ ରାସ୍ତା ରେ ଆଗକୁ ଗାଡି ନଥିଲା, ବାଧ୍ୟ ହୋଇ ଗୋଟିଏ ଟ୍ରାକ୍ଟର ରେ ଯାଇ ପହଂଚି ଥିଲେ  ପାଦୁଗୁଡା ଗାଁ ରେ…. ଗାଁ  ରେ ଲାଗି ରହିଥିବା ସମସ୍ୟା ପ୍ରତି ଲୋକଙ୍କ ସହ ଅନେକ ଆଲୋଚନା କରିଥିଲେ। ସିଏମ ଆରଏଲ ଯୋଜନା ରେତୁରନ୍ତ ରାସ୍ତା ସମସ୍ୟା ପ୍ରତି ସମାଧାନ କରାଇବା ସକାଶେ ଚେଷ୍ଟା କରିବାକୁ ପ୍ରତିଶୃତି ଦେଇଛନ୍ତି ବିଧାୟକ।ମୋବାଇଲ ଟାୱାର କରାଯାଇ ଥିବାରୁ ଲୋକେ ଉପକୃତ ପାଇଥିବା କହିଛନ୍ତି।
Byte… ପବିତ୍ର ସାଉଁତା.. ବିଧାୟକ ଲକ୍ଷ୍ମୀପୁର….

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ