Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଡିଗଲା ସେଣ୍ଟ୍ରିଙ୍ଗ ପ୍ଲେଟ,ଅଳ୍ପକେ ବର୍ତ୍ତିଗଲେ ଦୁଇଜଣ ସାମ୍ବାଦିକ…ଜାତୀୟ ରାଜପଥ ରେ ବିନା ଷ୍ଟପ ବୋର୍ଡ ରେ ବିପଦ ସଂକୁଳ ଭାବେ କଢ଼ା ଯାଉଛି ସେଣ୍ଟ୍ରିଙ୍ଗ…

ଲକ୍ଷ୍ମୀପୁର ୦୨/୦୮ … କୋରାପୁଟ ଠାରୁ ରାୟଗଡା ରେଳ ଲାଇନ ଦୋହରି କରଣ କରାଯାଉଥିବା ବେଳେ ଡବଲ ଲାଇନ ସକାଶେ ଅନେକ ସ୍ଥାନରେ ବ୍ରିଜ ଓ ଓଭର ବ୍ରିଜ ଗୁଡିକ ତିଆରି କରାଯାଇଛି। କାକିରିଗୁମା  ଠାରୁ ଅଳ୍ପ ଦୁର ରେ ଥିବା ଦାମନଯୋଡି ଛକ ଠାରେ ଜାତୀୟ ରାଜପଥ ଉପରେ ଟ୍ରେନ ଲାଇନ ଉପରେ ଓଭର ବ୍ରିଜ ରେ ବର୍ତ୍ତମାନ କାମ ଚାଲୁ ରହିଥିବା ବେଳେ ଗତ କିଛି ଦିନ ତଳେ ସ୍ଲାପ ପକାଯାଇଥିଲା। ଆଜି ସ୍ଲାପ ର ସେଣ୍ଟ୍ରିଙ୍ଗ ଖୋଲା ଯାଉଥିବା ବେଳେ ଜାତୀୟ ରାଜପଥ ରେ କୌଣସି ସୂଚନା ଫଳକ କିମ୍ବା ଷ୍ଟପ ବୋର୍ଡ ଦିଆଯାଇନଥିଲା। ଷ୍ଟପ ବୋର୍ଡ ନଥିବା କାରଣରୁ ଅନାୟାସ ରେ ଜାତୀୟ ରାଜପଥ ରେ ଗାଡି ଚଳା ଚଳ କରୁଛି,
ଅପରାହ୍ନ ପ୍ରାୟ ସାଢେ ତିନିଟା ସମୟରେ ଲକ୍ଷ୍ମୀପୁର ବ୍ଲକ ର ବରିଷ୍ଠ ସାମ୍ବାଦିକ ପରମେଶ୍ୱର ସାହୁ ଓ ଶରତ ନାୟକ ନିଜ ସ୍କୁଟି ରେ  ଜିଲ୍ଲାପାଳ ଙ୍କୁ ସାକ୍ଷାତ କରିବା ସକାଶେ କୋରାପୁଟ ଯାଉଥିବା ସମୟରେ ଉକ୍ତ ଜାତୀୟ ରାଜପଥ ରେ ଥିବା ବ୍ରିଜ ତଳେ ପାର ହେବାର ୨ ସେକେଣ୍ଡ ପରେ ହଠାତ ବ୍ରିଜ ଉପରୁ ସେଣ୍ଟ୍ରି ପ୍ଲେଟ ପଡି ଯାଇଥିଲା।ସେଣ୍ଟ୍ରିଙ୍ଗ ପ୍ଲେଟ ପଡ଼ିବାର ୧୦ ଫୁଟ ଦୂରରେ ଥିବାରୁ ଅଳ୍ପକେ ଦୁଇ ସାମ୍ବାଦିକ ବର୍ତ୍ତିଯାଇଥିଲେ, ଯଦି ୨ ସେକେଣ୍ଡ ଆଗରୁ ବ୍ରିଜ ତଳେ ପାର ହଉ ଥାନ୍ତେ ତାହେଲେ ନିଶ୍ଚୟ ସେଣ୍ଟ୍ରିଙ୍ଗ ପ୍ଲେଟ ପଡି ଏକ ବଡ଼ ଅଘଟଣ ହୋଇଥାନ୍ତା। ଏପରି ବିପଦ ସଂକୁଳ ଭାବରେ ସେଣ୍ଟ୍ରିଙ୍ଗ କଢ଼ା ଯିବାକୁ ନେଇଁ ସଙ୍ଗେ ସଙ୍ଗେ କାକିରିଗୁମା ଆଇଆଇସି ଡ଼ିଡ଼ି ବାତ୍ରିଆ ଙ୍କୁ ଜଣା ଯାଇଥିଲା। ଏଆର ଏସଏସ ନାମକ  ଘରୋଇ କମ୍ପାନୀ ଉକ୍ତ ରେଳବାଇ ବ୍ରିଜ କାମ କରୁଥିବା ବେଳେ ଜାତୀୟ ରାଜପଥ ଉପରେ ବିନା ସୁରକ୍ଷା କବଚ, ବିନା ସୁରକ୍ଷା ବାଡ଼ ରେ କାହିଁକି ଏପରି କାର୍ଯ୍ୟ କରୁଛି ତାହାକୁ ନେଇଁ ଅନେକ ପ୍ରଶ୍ନ ଉଠାଇ ଥିବା ବେଳେ ସମ୍ପୃକ୍ତ କମ୍ପାନୀ ଉପରେ କାର୍ଯ୍ୟନୁଷ୍ଠାନ ପାଇଁ ମଧ୍ୟ ଦାବୀ ହୋଇଛି। ଅନ୍ୟ ପକ୍ଷରେ ଏପରି ବିପଦ ପୁର୍ଣ କାର୍ଯ୍ୟ ସକାଶେ ଆସନ୍ତାକାଲି କାକିରି ଗୁମ୍ମା ଥାନା ରେ କମ୍ପାନୀ ବିରୋଧରେ ଅଭିଯୋଗ କରିବେ ବୋଲି ସାମ୍ବାଦିକ ମାନେ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ