ଭୁବନେଶ୍ୱର: ୧୧ଟି ଅତିରିକ୍ତ ଜିଲ୍ଲା ଜଜ କୋର୍ଟ ପ୍ରତିଷ୍ଠା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ପୁରୀ, ନୟାଗଡ଼ ଓ କେନ୍ଦ୍ରାପଡା ଜିଲ୍ଲାରେ ଗୋଟିଏ ଲେଖାଏଁ ଅତିରିକ୍ତ ଜିଲ୍ଲା ଜଜ ( ଭିଜିଲାନ୍ସ ) କୋର୍ଟ ପ୍ରତିଷ୍ଠା ହେବ।
ଏତଦବ୍ୟତୀତ ପୁରୀ ଜିଲ୍ଲାର ପିପିଲି, ନୟାଗଡ଼ ଜିଲ୍ଲାର ରଣପୁର, ଖୋର୍ଦ୍ଧା ଜିଲ୍ଲାର ବାଣପୁର, ଭଦ୍ରକ ଜିଲ୍ଲାର ବାସୁଦେବପୁର, ଅନୁଗୁଳ ଜିଲ୍ଲାର ତାଳଚେର, ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର, କଟକ ଜିଲ୍ଲାର ବାଙ୍କି ଓ କନ୍ଧମାଳ ଜିଲ୍ଲାର ଜି. ଉଦୟଗିରିରେ ଗୋଟିଏ ଲେଖାଏଁ ଅତିରିକ୍ତ ଜିଲ୍ଲା ଜଜ କୋର୍ଟ ପ୍ରତିଷ୍ଠା ପାଇଁ ମଧ୍ୟ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।