Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୁନ ୪ ବେଳକୁ କେରଳ ଛୁଇଁପାରେ ମୌସୁମୀ 

ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଅସହ୍ୟ ତାତିକୁ ଅସମ୍ଭାଳ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ସେପଟେ ଚଳିତ ବର୍ଷ କେରଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଆସିବାରେ ସାମାନ୍ୟ ବିଳମ୍ବ ହେବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି। ସୂଚନା ଅନୁଯାୟୀ ଏଥର ଜୁନ ୪ ବେଳକୁ କେରଳ ଛୁଇଁପାରେ ମୌସୁମୀ । ମୌସୁମୀ ଗତ ବର୍ଷ ମେ ୨୯ ରେ, ୨୦୨୧ ରେ ଜୁନ୍ ୩ ଏବଂ ୨୦୨୦ ରେ ଜୁନ୍ ୧ ରେ କେରଳ ଛୁଇଁଥିଲା।

ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ପୂର୍ବ ବର୍ଷମାନଙ୍କ ତୁଳନାରେ ସାମାନ୍ୟ ବିଳମ୍ବରେ ଆସିବ । ଜୁନ ୪ରେ କେରଳ ଉପକୂଳ ଛୁଇଁବ ବୋଲି ଅନୁମାନ କରାଯାଉଛି । ଏବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା । ଚଳିତବର୍ଷ ମୌସୁମୀ ବର୍ଷା ପରିମାଣ ୯୬ ପ୍ରତିଶତ ରହିବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ